Sat. Mar 7th, 2026

ଫ୍ରିଜ୍ ‘ବିସ୍ଫୋରଣ’ରେ ଟିଭି ସାମ୍ବାଦିକ, ତାଙ୍କ ସ୍ତ୍ରୀ ଓ ମାଆଙ୍କ ମୃତ୍ୟୁ!

283 Views

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ଟିଭି ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି। ବୁଧବାର ଦିନ ସାମ୍ୱାଦିକଙ୍କ ପରିବାର ଲୋକେ ଘରୁ ନବାହାରିବାରୁ ଗତକାଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଆସି ଘର ଖୋଲି ମୃତଦେହ ଉଦ୍ଧାର କରିଥିଲା।
ମୃତ ସାମ୍ୱାଦିକ ଜଣଙ୍କ ତାମିଲନାଡୁର ଏକ ଆଞ୍ଚଳିକ ଟିଭି ଚାନେଲ୍‌ ଜେ ତାମିଲର ସାମ୍ୱାଦିକ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘରେ ଥିବା ଫ୍ରିଜ୍‌ ଭିତରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିବା ଓ ସେଥିରେ ଏହି ତିନିଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହା ଦୁର୍ଘଟଣା ନା ହତ୍ୟା ଓ ଏଭଳି ଅସ୍ୱାଭାବିକ ମୃତ୍ୟୁର ପ୍ରକୃତ କାରଣ କ’ଣ, ସେ ସମ୍ପର୍କରେ ପୁଲିସ୍‌ କିଛି ସ୍ପଷ୍ଟ କରିନାହିଁ। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ମୃତ୍ୟୁ ପଛର ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍‌ କହିଛି।

By amfnews

Related Post