Wed. Nov 6th, 2024

ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିମାଡ଼, ଲୁଟି ନେଲେ ଲକ୍ଷେ ଟଙ୍କା

By amfnews Dec 11, 2020 #Featured
239 Views

ଭୁବନେଶ୍ୱର, ଡିସେମ୍ବର 11:  କଟକ ଆଠଗଡ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଲୁଟ୍ । ୩ ଜଣ ଦୁର୍ବୃତ୍ତ ଗୁଳି ମାଡ କରି ମହିନ୍ଦ୍ରl ଫାଇନାନ୍ସ କର୍ମଚାରୀଙ୍କଠାରୁ  ଲୁଟି ନେଲେ ଲକ୍ଷେ ଟଙ୍କା ।

ଗୁଳିମାଡର ଶିକାର ହୋଇଥିବା ମହିନ୍ଦ୍ରl ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ ଫେରୁଥିଲେ।  ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଜଣ  ଦୁର୍ବୃତ୍ତ କିତିଶଙ୍କୁ ଗୁଳି ମାରିଥିଲେ । କିତିଶ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ ।

ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ କିତିଶ ତାଙ୍କ ସହଯୋଗୀମାନଙ୍କୁ ଫୋନ୍ କରିଥିଲେ । ତାଙ୍କ ସହକର୍ମୀଙ୍କ ସହାୟତାରେ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଆଠଗଡ ପୋଲିସର ତଦନ୍ତ ଜାରି ରହିଛି ।

By amfnews

Related Post