211 Views
ନୂଆଦିଲ୍ଲୀ, ଜାନୁଆରୀ ୨୩ : ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବୁଧବାର ଦିନ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ନିଯୁକ୍ତି ଦିଆଯିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ ରାହୁଲଙ୍କ ଅଯୋଗ୍ୟତାର ପ୍ରମାଣ ଦେଉଛି । ଆଜି କଂଗ୍ରେସ ରାହୁଲ ଗାନ୍ଧି ରାଜନୀତି କରିବାରେ ଅସଫଳ ବୋଲି ଘୋଷଣା କରିଛି ।
ସୂଚନା ମୁତାବକ, ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ସଂପାଦକ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଫେବୃଆରି ପ୍ରଥମ ସପ୍ତାହରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।