Sat. Mar 7th, 2026

ପ୍ରଭାସଙ୍କଠାରୁ ୮୪ ଏକର ଜମି ଛଡାଇ ନେଲା ରାଜସ୍ୱ ବିଭାଗ , ଅଭିଯୋଗ ଥିଲା କି ସେ ସରକାରୀ ଜାଗା ମାଡି ବସିଥିଲେ ପ୍ରଭାସ

263 Views

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାସଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମ କୋର୍ଟ ଦର୍ଶାଇଥିିଲେ ଯେ ସର୍ଭେ ନମ୍ବର ୪୬ରେ ରାୟଦୁର୍ଗମରେ ପ୍ରଭାସଙ୍କର ଥିିବା ୮୪ ଏକର ଜାଗା ସରକାରୀ ଅଟେ। ତା’ପରେ ଏସବୁ ଜମି ଓ ସେଥିରେ ଥିବା ସମସ୍ତ ସଂପତ୍ତିକୁ ମଧ୍ୟ ରାଜସ୍ୱ ବିଭାଗ ନିଜ ଅଧିନକୁ ଆଣିଛି। ଏହି ନିଷ୍ପତ୍ତି ଦୁଇ ମାସ ତଳେ ଆସିଥିବା ପରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେତୁ କାର୍ଯ୍ୟାନୁଷ୍ଠାନ ହୋଇ ପାରିନଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବାହୁବଲୀ ଫେମ୍‌ ପ୍ରଭାସ ଏବଂ କଙ୍ଗନା ରାନାଓ୍ଵତଙ୍କବିବାଦ ଏକଦା ଖୁବ୍‌ ଚର୍ଚ୍ଚିତା ହୋଇଥିଲା।‘ଏକ୍‌ ନିରଂଜନ’ ଟାଇଟଲରେ ତିଆରି ହୋଇଥିବା ତେଲୁଗୁ ଫିଲ୍ମର ସୁଟିଂ ସମୟରେ ପ୍ରଭାସଙ୍କ ସହିତ କଙ୍ଗନାଙ୍କର ମନୋମାଳିନ୍ୟ ହୋଇଥିଲା । ଏପରିକି ଉଭୟଙ୍କ ଭିତରେ ଝଗଡା ବି ହୋଇଥିଲା । ଏହାପରେ କଙ୍ଗନା କେବେ ବି ପ୍ରଭାସଙ୍କ ସହିତ କଥା ହୋଇ ନାହାନ୍ତି କି ଅନ୍ୟ କୌଣସି ଫିଲ୍ମରେ କାମ କରି ନାହାନ୍ତି ।

By amfnews

Related Post