Sun. Jan 12th, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରଣାସୀରୁ ଲୋକସଭା ପ୍ରାର୍ଥୀ ହେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା !

By amfnews Jan 24, 2019 #Featured
224 Views

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆକସ୍ମିକ ଭାବେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ଲାଗି କଂଗ୍ରେସର ସାଧାରଣ ସଂପାଦକ ପଦବୀ ମଣ୍ଡନ କରିଛନ୍ତି। ଏହାପରେ ଚର୍ଚ୍ଚା ହେଉଥିଲା କି ପ୍ରିୟଙ୍କା ଉତ୍ତର ପ୍ରଦେଶର ରାୟବରେଲୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ମାତ୍ର ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ୍‌ଙ୍କ ଟ୍ଵିଟ୍‌ ଭିନ୍ନ ସଙ୍କେତ ଦେଉଛି।
ଆଜି (ଗୁରୁବାର) ସକାଳେ କପିଲ ସିବବଲ ଟ୍ଵିଟ୍‌ କରି କହିଛନ୍ତି ‘ମୋଦୀଜୀ ଓ ଅମିତ ଶାହ କଂଗ୍ରେସ ମୁକ୍ତ ଭାରତ ବର୍ଷର ଆହ୍ଵାନ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଏବେ ଉତ୍ତର ପ୍ରଦେଶ (ପୂର୍ବାଞ୍ଚଳ)ର ରାଜନୀତିରେ ଆସିବା ପରେ….ମୁକ୍ତ ବାରାଣାସୀ,..ମୁକ୍ତ ଗୋରଖପୁର? ଆମେ ଦେଖିବା।

Kapil Sibal

@KapilSibal

Modiji and Amit Shah called for a :

Congress mukt Bharat

With the entry of Priyanka Gandhi in UP (East) will we see a :

………….mukt Varanasi ?

………….mukt Gorakhpur ?

ଏବେଠୁଁ ଚର୍ଚ୍ଚା ଆରମ୍ଭ ହେଲାଣି ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣାସୀରୁ ଲୋକସଭା ପ୍ରାର୍ଥୀ ଭାବେ ଠିଆ କରାଯାଇପାରେ। ଠିକ୍‌ ସେହିପରି ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ଜୋର ଧରିଛି ଯେ ପ୍ରିୟଙ୍କା ଉଭୟ ବାରଣାସୀ ଓ ଗୋରଖପୁରରୁ ପ୍ରାର୍ଥୀ ହୋଇପାରନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜୟ ରାୟ ଦଳର ଅଧ୍ୟକ୍ଷଙ୍କୁ ମତ ଦେଇଥିଲେ।

By amfnews

Related Post