Sun. Mar 8th, 2026

ପ୍ରଦୂଷଣ ଯୋଗୁଁ ଶିଶୁମାନଙ୍କଠାରେ ଅଟିଜିମ୍‌ ହେବାର ଆଶଙ୍କା ୭୮ ପ୍ରତିଶତ ବୃଦ୍ଧି ପାଇଥାଏ

166 Views

ଭାରତରେ ପ୍ରଦୂଷଣ ଜନିତ ସମସ୍ୟା ଅତି ସଂକଟମୟ ସ୍ଥିତିରେ ପହଞ୍ଚିଛି। ନୂଆ ଦିଲ୍ଳୀରେ ପ୍ରଦୂଷଣର ସ୍ତରସବୁଠାରୁ ଉପରେ ରହିଛି।ଏହାକୁ ନେଇ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାଯାଇଛି ଯେ ପ୍ରଦୂଷଣ ଓ ଧୂଳି ଯୋଗୁଁ କେବଳ ଶ୍ୱାସକ୍ରିୟା ଜନିତ ରୋଗର ଆଶଙ୍କା ଦେଖାଯାଉନାହିଁ, ବରଂ ଅଟିଜିମ୍‌ର ବିପଦ ଅଧିକ ଘନୀଭୂତ ହୋଇଛି।ଏହି ଗବେଷଣାରେ ଚେତାବନୀ ଦିଆ ଯାଇଛିଯେ ବାହାରର ପ୍ରଦୂଷଣ ହେତୁ ପିଲାମାନଙ୍କଠାରେ ଅଟିଜିମ୍‌ ରୋଗ ହେବାର ଆଶଙ୍କା ୭୮ ପ୍ରତିଶତ ବୃଦ୍ଧି ପାଇଛି।


ଏହି ଗବେଷଣାରେ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୩ ବର୍ଷର ଶିଶୁଙ୍କୁ ସାମିଲ୍‌ କରାଯାଇଥିଲା। ଏହି ଗବେଷଣା ଚୀନର ସଂଘାଇରେ ଶିଶୁମାନଙ୍କୁ ନେଇ କରାଯାଇଥିଲା।ଏଥିରେ ଏପରି ୧୨୪ ଜଣ ଶିଶୁଙ୍କୁ ନିଆ ଯାଇଥିଲା। ଯେଉଁମାନେ ପୂର୍ବରୁ ଅଟିଜିମ୍‌ର ଶିକାର ହୋଇଥିଲେ। ତା’ ଛଡ଼ା ୨୪୦ଜଣ ଶିଶୁଙ୍କ ଉପରେ ମଧ୍ୟ ଏହି ଗବେଷଣା ହୋଇଥିଲା। ଏହି ଗବେଷଣା ଏନ୍‌ଭାୟୋରନ୍‌ମେଣ୍ଟ ଇଣ୍ଟର ନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶ ହୋଇଛି।

By amfnews

Related Post