Sun. Jan 12th, 2025

ପ୍ରତିଯୋଗିତାରେ ୯୬ ବର୍ଷୀଅ ମହିଳା ପ୍ରଥମ, କେରଳ ସରକାର ପୁରସ୍କାର ଦେଲେ ଲାପଟପ

By amfnews Nov 8, 2018 #Featured
111 Views

ଥିରୁବନନ୍ତପୁରମ, ନଭେମ୍ବର ୦୮  : ଜୀବନର ଅନ୍ତିମ ପାହାଚରେ ପାଦ ଥାପିଥିବା ଜଣେ ବରିଷ୍ଠ ମହିଳାଙ୍କ ଇଚ୍ଛା ପୂରଣ ହୋଇଛି । ବହୁ ବର୍ଷ ତଳେ କମ୍ପ୍ୟୁଟର ଶିଖିବାକୁ ଇଚ୍ଛା ରଖିଥିବା କେରଳର ଏହି ମହିଳାଙ୍କୁ ଲ୍ୟାପଟପ ମିଳିଛି । ରିପୋର୍ଟ ଅନୁସାରେ ଆଲାପୁଝା ଜିଲ୍ଲାର ଚେପାଡ ନିବାସୀ କାର୍ତ୍ତିୟାନୀ ଅମ୍ମା ନିକଟରେ ଆୟୋଜିତ ‘ଅକ୍ଷରାଲଖମା ଲିଟିରେସି’ କାର୍ଯ୍ୟକ୍ରମରେ ୯୮ ମାର୍କ ପାଇ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆମ୍ମା ପ୍ରତିଯୋଗିତାରେ ୧୦୦ ମାର୍କ ପରୀକ୍ଷା ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନୁଷ୍ଠିତ ପରୀକ୍ଷା ଫଳ ଅକ୍ଟୋବର ୩୦ରେ ପ୍ରକାଶ ପାଇଥିଲା । ଆମ୍ମାଙ୍କ ସଫଳାତରେ ତାଙ୍କର ଶିକ୍ଷକ ଝିଅ ଓ ନାତୁଣୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ହିନ୍ଦି ଶିକ୍ଷକ ସଜିତା ମଣିକାନ୍ଦନ କହିଛନ୍ତି, ତାଙ୍କ ମା’ ଗଣିତରେ ୨ ମାର୍କ ଆଣି ପାରି ନାହାନ୍ତି ।

କେରଳ ସରକାର ଏହି କାର୍ଯ୍ୟକ୍ରମର ଶ୍ରେଷ୍ଠ ପ୍ରତିଯୋଗୀ କାର୍ତ୍ତିୟାନୀଙ୍କୁ ବୁଧବାର ଏକ ଲାପଟପ ପ୍ରଦାନ କରିଛନ୍ତି । । ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାମନ୍ତ୍ରୀ ଏହି ପୁରସ୍କାର ଦେଇଛନ୍ତି । କିଛି ଦିନ ପୂର୍ବରୁ କାର୍ତ୍ତିୟାନୀ କହିଥିଲେ, କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ତାଙ୍କର ଇଚ୍ଛା ଅଛି ।

By amfnews

Related Post