Fri. Mar 6th, 2026

ପ୍ରତିବର୍ଷ ସେ ମୋ ପସନ୍ଦର ଜନ୍ମଦିନ କେକ୍‌ ଆଣୁଥିଲେ: ସୁଷମାଙ୍କ ବିୟୋଗରେ ଆଡ଼ଓ୍ଵାଣୀଙ୍କ ମର୍ମସ୍ପର୍ଶୀ ଶୋକବାର୍ତ୍ତା

530 Views

ନୂଆଦିଲ୍ଲୀ: ବୁଧବାର ଦିନ ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାଣୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦୁଃଖଦ ବିୟୋଗ ଯୋଗୁଁ ଶୋକବ୍ୟକ୍ତ କରି କହିଛନ୍ତି ଯେ ତାଙ୍କର ଅପୂରଣୀୟ କ୍ଷତି ଘଟିଲା ଏବଂ ସୁଷମାଙ୍କ ଅନୁପସ୍ଥିତି ତାଙ୍କର ଖୁବ୍‌ ମନେପଡ଼ିବ।
ସୁଷମା ତାଙ୍କର ଅନ୍ୟତମ ଅନ୍ତଃରଙ୍ଗ ସହଯୋଗୀ ଥିଲେ ବୋଲି ଶୋକବାର୍ତ୍ତାରେ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପିରେ ତାଙ୍କର ଇନିଙ୍ଗ୍‌ସ୍‌ ଆରମ୍ଭ ହେବା ସମୟରୁ ମୁଁ ତାଙ୍କୁ ଜାଣେ ଏବଂ ତାଙ୍କ ସହ କାମ କରି ଆସିଛି। ଅଶୀ ଦଶକରେ ମୁଁ ବିଜେପିର ଅଧ୍ୟକ୍ଷ ଥିବା ବେଳେ ସେ ଜଣେ ପ୍ରତିଶ୍ରୁତି ସମ୍ପନ୍ନ ଯୁବକର୍ମୀ ଥିଲେ ଯାହାଙ୍କୁ ମୁଁ ମୋ ଟିମ୍‌ରେ ସାମିଲ କରିଥିଲି।
ସମୟକ୍ରମେ ସେ ଆମ ଦଳର ଅନ୍ୟତମ ଜନପ୍ରିୟ ଓ ପ୍ରମୁଖ ନେତ୍ରୀ ପାଲଟିଗଲେ। ପ୍ରକୃତରେ କହିବାକୁ ଗଲେ ମହିଳାନେତ୍ରୀଙ୍କର ଆଦର୍ଶ ହୋଇଥିଲେ।

ସେ କହିଛନ୍ତି: ସୁଷମା ଜି ଥିଲେ ଜଣେ ଉତ୍ତମ ମାନବୀ। ଉଚ୍ଛ୍ୱାସଏବଂ ସମ୍ବେଦନାଭରା ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରୁଥିଲେ। ଏମିତି କୌଣସି ଜନ୍ମଦିନ ନାହିଁ ଯେଉଁ ବର୍ଷ ସେ ମୋ ପାଇଁ ମୋ ପସନ୍ଦର ଚକ୍‌ଲିଟ୍‌ କେକ୍‌ ନ ଆଣିଛନ୍ତି। ଆଜି ସକାଳେ ଲାଲକୃଷ୍ଣ ଆଡ଼ଓ୍ଵାଣୀ ସୁଷମା ସ୍ୱରାଜଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୁଷମାଙ୍କ କନ୍ୟା ବାଂଶୁରୀଙ୍କୁ ଭେଟିବାକ୍ଷଣି ଆଡ଼ଓ୍ଵାଣୀଙ୍କ ଝିଅ ପ୍ରତିଭା କାନ୍ଦି ପକାଇଥିଲେ।

By amfnews

Related Post