Mon. Jun 9th, 2025

ପୋଖରାନସ୍ଥିତ ଶିବ ମନ୍ଦିରରେ ପୂଜା କଲେ ରାଜସ୍ଥାନର ମୁସଲମାନ ମନ୍ତ୍ରୀ

By amfnews Jan 2, 2019 #Featured
205 Views

ଜୟପୁର, ଜାନୁଆରୀ ୦୨ : ଜୟସାଲମେର ଜିଲ୍ଲା ଅନ୍ତର୍ଗତ ପୋଖରାନସ୍ଥିତ ଶିବ ମନ୍ଦିରରେ ରବିବାର ଦିନ ରାଜସ୍ଥାନର ଗେହଲଟ୍‌ ସରକାରଙ୍କର ମନ୍ତ୍ରୀ ସାଲେହ୍‌ ମହମ୍ମଦ ଗୋଟିଏ ବିଶେଷ ପୂଜା କରିଛନ୍ତି।

ମୁସଲମାନ ଧାର୍ମିକ ନେତା ଗାଜି ଫକିରଙ୍କ ପୁତ୍ର ମହମ୍ମଦ ଗେହଲଟ୍‌ କ୍ୟାବିନେଟ୍‌ରେ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ପୋଖରାନ୍‌ରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଅଚାନକ ଆଗମନ ସେ ଅଞ୍ଚଳର ଲୋକମାନଙ୍କୁ ଆଚମ୍ବିତ କରି ପକାଇଥିଲା।

ଶିବ ମନ୍ଦିରର ପୂଜକ ମଧୁ ଚଙ୍ଗାନି ଏ କଥା ସତ୍ୟ ବୋଲି କହିଛନ୍ତି। ଏଇଟା ମହମ୍ମଦଙ୍କର ପ୍ରଥମ ମନ୍ଦିର ଦର୍ଶନ ନୁହେଁ। ସେ ନିର୍ବାଚନ ସମୟରେ ମଧ୍ୟ ମନ୍ଦିରକୁ ଆସିଥିଲେ। ମନ୍ଦିର ସହ ତାଙ୍କର ସମ୍ପୃକ୍ତି ରହିଛି।

ମନ୍ଦିରରେ ପହଞ୍ଚିବା ପରେ ହିନ୍ଦୁ ରିତିନୀତି ଅନୁସାରେ, ସେ ପ୍ରାୟ ଅଧଘଣ୍ଟାଏ ଧରି ବିଶେଷ ପୂଜାର୍ଚ୍ଚନା କଲେ। ଶିବଙ୍କୁ ଜଳଲାଗି କରି ସେ ମହୁ ଓ ଦୁଗ୍ଧ ଅର୍ପଣ କରିଥିଲେ।

ପରେ ସାମ୍ବାଦିକମାନଙ୍କୁ ସାଲେହ ମହମ୍ମଦ କହିଲେ ଯେ ସାମ୍ପ୍ରଦାୟିତ ସହାବସ୍ଥାନର ସର୍ବୋତ୍ତମ ଉଦାହରଣ ହେଉଛି ପଶ୍ଚିମ ରାଜସ୍ଥାନ। ଉଭୟ ହିନ୍ଦୁ ଓ ମୁସଲମାନଙ୍କର ବାବା ରାମଦେବଜୀଙ୍କ ଠାରେ ଦୃଢ଼ ବିଶ୍ୱାସ ରହିଛି। ସେ ବ୍ୟକ୍ତିଗତ ବିଶ୍ୱାସ କାରଣରୁ ମନ୍ଦିରକୁ ଆସୁଛନ୍ତି।

By amfnews

Related Post