Sat. Mar 7th, 2026

ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

376 Views

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ଆଜି ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ଘଟିଛି। ଶ୍ରୀ କରଣ ସେପ୍ଟଟିସେମିଆରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
୧୯୪୭ ମସିହାରେ ଜନ୍ମିତ ଶ୍ରୀ କରଣ ଛାତ୍ର ଜୀବନରୁ ରାଜନୀତି ସହିତ ସମ୍ପୃକ୍ତ ଥିଲେ। କଟକ ମଧୁସୁଦନ ଲ କଲେଜର ଛାତ୍ର ସଂସଦ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ କରଣ ପ୍ରଥମେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୧୯୭୪ ମସିହାରେ ୬ଷ୍ଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକେଟରେ ଲଢ଼ି ସେ ସପ୍ତମ, ଅଷ୍ଟମ,ନବମ ବିଧାନସଭାକୁ ନିର୍ବାଚିତ ହେବା ପରେ ପୁଣି ସ୍ୱାଧୀନ ବିଧାୟକ ଭାବେ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ପୁଣି କଂଗ୍ରେସ ଟିକେଟରେ ଦ୍ୱାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଓ ଓଡ଼ିଶା ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶ୍ରୀ କରଣ କାର୍ଯ୍ୟ କରିଥିଲେ।

By amfnews

Related Post