Fri. Mar 6th, 2026

ପୂର୍ବତନ ବ୍ୟବସାୟ ଅଂଶୀଦାର ଓ ତାଙ୍କ ପତ୍ନୀ ଏବଂ ସେମାନଙ୍କ ସାଙ୍ଗକୁ ଭିତରେ ଲକ୍ କରି କାର୍‌ ପୋଡ଼ି ଦେଲେ ବିଜୟୱାଡ଼ା ବ୍ୟବସାୟୀ

451 Views

ବିଜୟୱାଡ଼ା: ସୋମବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଗତ ପଟମାତା ଥାନା ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ଭିତରେ ଲକ୍‌ କରି କାର୍‌ରେ ନିଆଁ ଲଗାଇ ଥିବା କୁହାଯାଉଛି।

ପୁଲିସ କହିବା ଅନୁସାରେ, ଏହି ଆକ୍ରମଣରେ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ବ୍ୟବସାୟ ସମ୍ବନ୍ଧୀୟ ଅର୍ଥନୈତିକ ବିବାଦ ଏହି ଅପରାଧର କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି।

ବିଜୟୱାଡ଼ା ପୁଲିସ ଡେପୁଟି କମିସନର୍ ଭି ହର୍ଷବର୍ଦ୍ଧନ ରାଜୁ ଗଣମାଧ୍ୟମକୁ କହିଛନ୍ତି‌ ଯେ, କିଛି ଦିନ ତଳେ ବେଣୁଗୋପାଳ ରେଡ୍ଡୀ ଗଙ୍ଗାଧରଙ୍କର ବ୍ୟବସାୟ ଅଂଶୀଦାର ଥିଲେ। ସେମାନେ ବ୍ୟବହୃତୁ (ସେକେଣ୍ଡ୍‌ ହ୍ୟାଣ୍ଡ୍‌) କାର୍ କିଣି ବିକ୍ରୟ କରୁଥିଲେ। କିନ୍ତୁ, ସେମାନଙ୍କ ବ୍ୟବସାୟ ଭଲ ଚାଲିଲା ନାହିଁ। କ୍ରମାଗତ କ୍ଷତି ହେବାରୁ ବେଣୁଗୋପାଳ ଓ ଗଙ୍ଗାଧର ପୃଥକ୍ ହୋଇଯାଇଥିଲେ।

ବେଣୁଗୋପାଳ ଗଙ୍ଗାଧରଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ ଚଳାଇଥିଲେ ବି, ସେ କୌଣସି ଜବାବ ଦେଉ ନ ଥିଲେ। ସୋମବାର ଦିନ ପତ୍ନୀ ନାଗବଲ୍ଲୀ, ବନ୍ଧୁ କୃଷ୍ଣ ରେଡ୍ଡୀଙ୍କ ସହ ଗଙ୍ଗାଧର ବେଣୁଗୋପାଳଙ୍କୁ ଭେଟିଥିଲେ। କଥାବାର୍ତ୍ତା ଚାଲିଥିବା ବ‌େଳେ ଧୂମପାନ କରବା ବାହାନରେ ବେଣୁଗୋପାଳ ରେଡ୍ଡୀ କାର୍‌ରୁ ବାହାରି ଆସିଥିଲେ।

ସମୟ ଅପରାହ୍ଣ ପ୍ରାୟ ୪. ୪୫ ହେବ। ସିଗାରେଟ୍‌ ଟାଣିବା ବାହାନାରେ ବେଣୁଗୋପାଳ କାର୍‌ରୁ ବାହାରି ଆସିଲେ। ତା’ପରେ ଗୋଟାଏ ହ୍ୟୁସ୍କି ବୋତଲରେ ଆଣିଥିବା ପେଟ୍ରୋଲ୍ କାର୍‌ ଉପରେ ଢାଳି ନିଆଁ ଲଗାଇ ଦେଇ ବେଣୁଗୋପାଳ ଘଟଣାସ୍ଥଳରୁ ଧାଇଁ ପଳାଇଥିଲେ।

ଭିତରେ ଲୋକେ ଥାଇ କାର୍‌ଟିଏ ପୋଡ଼ି ଯାଉଥିବା ଖବର ପାଇବା କ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତମାନଙ୍କୁ ଡାକ୍ତରଖାନା ନେଇଥିଲା।

ବେଣୁଗୋପାଳ ରେଡ୍ଡୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବା କଥା ଡିସିପି କହିଛନ୍ତି।

By amfnews

Related Post