Tue. Mar 10th, 2026

ପୂର୍ବତନ ପୁଲିସ ଅଧିକାରୀଙ୍କ ଗାଡ଼ିକୁ ବୋମାମାଡ଼

161 Views

ପୁରୀ : ପୁରୀ ଟାଉନ୍ ଥାନା ଶ୍ୟାମାକାଳୀ ମନ୍ଦିର ନିକଟରେ ରହୁଥିବା ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ଗାଡ଼ିକୁ ଆଜି ଦିନ ଦ୍ବିପ୍ରହରରେ ବୋମା ମାଡ଼ ହୋଇଛି। ବୋମା ମାଡ଼ର କାରଣ ପୂର୍ବ ଶତ୍ରୁତା ବୋଲି କୁହାଯାଉଥିବା ବେଳେ ପୁଲିସ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହି ପୁଲିସ କଥାକୁ ବାଆଁରେଇବାକୁ ଉଦ୍ୟମ କରିଛି।

ମିଳିଥିବା ସୂଚନା ମୁତାବକ, ଶ୍ୟାମାକାଳୀ ମନ୍ଦିର ନିକଟରେ ରହୁଥିବା ମାନସାନନ୍ଦ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ। ସେ ପୁରୀର ସିଟି ଡିଏସ୍‌ପି ଥିବା ବେଳେ ଅବସର ନେଇଛନ୍ତି। ଏବେ ପୁରୀ କୋର୍ଟରେ ସେ ଓକିଲାତି କରୁଛନ୍ତି। ଆଜି ଅପରାହ୍ଣ ପ୍ରାୟ ୩ଟାରେ ସେ ଘରେ ଥିବା ସମୟରେ ଘର ଦୁଆର ମୁହଁରେ ଥିବା ତାଙ୍କ କାର୍‌ ଉପରୁ କେହି ବୋମାମାଡ଼ କରିଥିଲା। ତେବେ ଏ ସଂପର୍କରେ ଶ୍ରୀ ତ୍ରିପାଠୀ ‌ଥାନାରେ କୌଣସି ଅଭିଯୋଗ କରିନଥିବା ପୁଲିସ କହିଛି।

By amfnews

Related Post