Sat. Mar 7th, 2026

ପୂର୍ବତନ କୋଲକାତା ପୁଲିସ୍ କମିସନର ରାଜୀବ କୁମାରଙ୍କୁ ଆଗୁଆ ଜାମିନ

250 Views

କୋଲକାତା : ପୂର୍ବତନ କୋଲକାତା ପୁଲିସ୍ କମିସନର ରାଜୀବ କୁମାରଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟ ଆଜି ଆଗୁଆ ଜାମିନ ମଞ୍ଜୁର କରିଥିବା ଜଣାଯାଇଛି। ଏହା ସହ କୋଲକାତା ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଚାହୁଁଥିଲେ ଏଥିଲାଗି ୪୮ ଘଣ୍ଟା ଆଗରୁ ନୋଟିସ ଦେବ।

ଖାଲି ସେତିକି ନୁହେଁ, ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିଲେ ତତକାଳ ୫୦ ହଜାର ଟଙ୍କାର ଲେଖାଏଁ ଦୁଇଜଣଙ୍କର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିବ ବୋଲି ଆଦେଶ ଦେଇଛନ୍ତି।ପୂର୍ବରୁ ଏକାଧିକ ଥର ସିବିଆଇ ରାଜୀବ କୁମାରଙ୍କୁ ସମନ ଜାରି କରିଥିଲା , ମାତ୍ର ସେ ସିବିଆଇ ନିକଟରେ ହାଜର ହୋଇ ନଥିଲେ।

Calcutta HC asks Mamata govt to negotiate with protesting doctors

ସୂଚନାଯୋଗ୍ୟ,ଶାରଦା ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫଦାରୀ ଏଡ଼େଇବା ପାଇଁ ପୂର୍ବତନ କେଲକାତା ପୁଲିସ୍ କମିସନର ରାଜୀବ କୁମାର କରିଥିବା ଆବେଦନକୁ କିଛି ଦିନତଳେ କୋଲକାତା ଉଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ।

ପଚରାଉଚରା ପାଇଁ ସିବିଆଇର ନୋଟିକୁ ଖାରଜ କରିବାକୁ ରାଜୀବ କୁମାର କରିଥିବା ଆବେଦନକୁ ଖାରଜ କରି ଅଦାଲତ କହିଥିଲେ ଯେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି ବୋଲି ଆବେଦନକାରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ୍ୟ ନୁହେଁ।

By amfnews

Related Post