Sat. Mar 7th, 2026

ପୂର୍ବ ପତ୍ନୀଙ୍କ ଝରକାକୁ ଛାଡୁ ଫୋପାଡ଼ିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ମାତ୍ର ୫୦ ମିନିଟ୍‌ ପାଇଁ ଜେଲ୍‌ ଦଣ୍ଡାଦେଶ

228 Views

ପର୍ଟିସେଡ୍‌: ବ୍ରିଟେନ୍‌ର ଜଣେ ବ୍ୟକ୍ତିଙ୍କୁ ସବୁଠାରୁ କମ୍‌ ସମୟ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଥିବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ବ୍ୟକ୍ତି ଜଣକ ତାଙ୍କ ପୂର୍ବ ପତ୍ନୀଙ୍କ ଝରକାକୁ ଝାଡୁ ଫିଙ୍ଗିଥିବା ଅଭିଯୋଗରେ ଅଦାଲତ ତାଙ୍କୁ ୫୦ ମିନିଟ୍‌ ପାଇଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୨୩ ବର୍ଷିଅ ଯୁବକ ସାନେ ଜେନ୍‌କିନ୍‌ସ ୧ ଘଣ୍ଟାରୁ ବି କମ୍‌ ସମୟ ଜେଲ୍‌ରେ ରହିଥିବା ବେଳେ ତାଙ୍କୁ ତାଙ୍କ ଭୁଲ୍‌ ପାଇଁ ଏକ କ୍ଷମା ପତ୍ର ଲେଖିବାକୁ ଅଦାଲତ କହିଛନ୍ତି।

ଜେନ୍‌କିନ୍‌ସ ତାଙ୍କ ପୂର୍ବତନ ପତ୍ନୀଙ୍କ ଝରକାକୁ ଝାଡୁ ଫୋପାଡ଼ିବା ପରେ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ପର୍ଟିସେଡ୍‌ର ପୋଲ୍‌ଡେନ୍‌ ରୋଡରେ ରହୁଥିବା ଏହି ବ୍ୟକ୍ତିଙ୍କର ଏପରି କାଣ୍ଡରେ ମହିଳାଙ୍କ ଘରର ଅନେକ ସାମଗ୍ରୀ ଭାଙ୍ଗି ଯାଇଥିବା ସୂଚନା ରହିଛି।

Daily Mail

ଏହି ଘଟଣାଟି ମେ ୩୦ ତାରିଖରେ ଘଟିଥିଲା। ଏହି ଘଟଣା ଘଟାଇବା ସମୟରେ ଜେନ୍‌କିନ୍‌ସ ପ୍ରଚୁର ପରିମାଣର ମଦ୍ୟପାନ କରିଥିଲେ। ଜେନ୍‌କିନ୍‌ସ ତାଙ୍କ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବାରୁ ଅଦାଲତ ତାଙ୍କୁ ଏକ କ୍ଷମା ପ୍ରାର୍ଥନା ଲେଖିବାକୁ କହି ଏକ ସୁଯୋଗ ଦେବା ପାଇଁ ଚିନ୍ତା କରି ଜେଲ୍‌ରୁ ମୁକ୍ତ କରିଛନ୍ତି।

By amfnews

Related Post