Tue. Dec 24th, 2024

ପୂର୍ତ ବିଭାଗ ରାସ୍ତା କଡରୁ ମାଟି ଚୋରୀନେଇ ବିଭାଗ ଚୁପ

manasranjanbiswal07@gmail.com' By Manas Ranjan Biswal Jun 26, 2018 #Featured
281 Views

ଯାଜପୁର,୨୫/୦୬: ଯାଜପୁର ଜିଲ୍ଲାର ପାଣିକୋଇଲି ପୂର୍ତ ଡିଭିଜନ ଅନ୍ତର୍ଗତ ଧର୍ମଶାଳା ବ୍ଲକର ଧର୍ମଶାଳା-କବାଟବନ୍ଧ ରାସ୍ତା କଡରୁ ନିୟମିତ ମାଟି ଚୋରୀ ଚାଲିଥିବା ବେଳେ ବିଭାଗ ତରଫରୁ ନୀରବତା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । ବ୍ରାହ୍ମଣୀନଦୀ କଡରେ ନଦୀଜଳ ଅଟକାଇବା ସହ ଗମନା ଗମନ ସୁବିଧା ପ୍ରଦାନ ପାଇଁ ଏହି ରାସ୍ତା ନିର୍ମାଣ ହୋଇଛି ।

ନଦୀବନ୍ଧ ରାସ୍ତା କଡରୁ ମାଟି ଚୋରୀ ହେବା ଫଳରେ ନଦୀବନ୍ଧ ଦୁର୍ବଳ ହେଉଛି । ଏହି ରାସ୍ତା ନିର୍ମାଣରେ ପ୍ରତିବର୍ଷ ବହୁଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ଏପରିକି ଏହି ରାସ୍ତାରେ ଏଫ-୨ ଆଳରେ ଫଲ୍ସ ବିଲ କରାଯାଉ ଥିବାର ମଧ୍ୟ ଅଭିଯୋଗ ହେଉଛି । ହେଲେ ବିଭାଗର ରାସ୍ତା କଡରୁ ମାଟି ଚୋରୀ ନେଇ ବିଭାଗ ଚୁପ ରହିବା ଫଳରେ ସାଧାରଣରେ ବିଭାଗର ରାସ୍ତା ପ୍ରତି କେତେ ଯତ୍ନବାନ ତାହା ସ୍ପଷ୍ଟ ହେଉଛି ।

ଆସନ୍ତା ସମୟରେ ନଦୀବଢିରେ ଏଠାରେ ଏହି ନଦୀବନ୍ଧ ରାସ୍ତା ଦୁର୍ବଳ ହୋଇ ଭାଙ୍ଗିଲେ ତଳ ଅଂଚଳରେ ଥିବା ନିକଟସ୍ଥ କୁସ୍ତିରା ସମେତ ଅନ୍ୟ କେତେକ ଗ୍ରାମ ପ୍ରତି ବିପଦ ହେବାର ଆଶଙ୍କା ପ୍ରକାଶ ପାଇଛି । ଏଥିନେଇ ବିଭାଗ ତରଫରୁ ମାଟି ଚୋରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉ କି, ଧର୍ମଶାଳା ତହସିଲ ଅଂଚଳରେ ବିଭିନ୍ନ ସ୍ଥାନରୁ ଦୈନିକ ଶହ ଶହ ଟ୍ରିପ ମାଟି ଚୋରୀ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସରକାର ଦୈନିକ ବହୁଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ।

Related Post