110 Views
ଭୁବନେଶ୍ବର, ଜାନୁଆରୀ ୬ : ମହାକାଳପଡ଼ା ହୁକିଟୋଲା ଡଙ୍ଗାବୁଡ଼ି ଘଟଣାରେ ଅସୀମ ସାହସ ଓ ବୁଦ୍ଧିମତାର ପରିଚୟ ଦେଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଥିବା ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେମାନଙ୍କ ସାହସର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁସ୍ତକ, ଶିକ୍ଷା ସାମଗ୍ରୀ, ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ପଦକ୍ଷେପ ନିଆଯିବା ସହ ଆର୍ଥିକ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ଣ୍ଣିମା ଓ ସବିତାଙ୍କ ସହ ପ୍ରଥମେ ପାଠପଢ଼ା ଓ ଡଙ୍ଗା ଦୁର୍ଘଟଣା ଦିନ ଉଭୟଙ୍କ ସାହସିକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।