Fri. May 23rd, 2025

ପୁଣି ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି: ମୋଦିଙ୍କୁ ଚିଠି ଲେଖିଲେ ନବୀନ

By Manas Jun 18, 2018 #Featured
256 Views

ଭୁବନେଶ୍ୱର, ଜୁନ ୧୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରିଛନ୍ତି। ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀତି ଆୟୋଗ ବୈଠକ ପରିପ୍ରେକ୍ଷୀରେ ଲେଖିଥିବା ଚିଠିରୁ ଏହା ଜଣାପଡ଼ିଛି। ଏହା ବ୍ୟତିତ ଚିଠିରେ ଚାଷୀଙ୍କ ଆୟ ବୃଦ୍ଧି ଦାବି ସହ ଆୟୁଷ୍ମାନ ଭାରତ ଯୋଜନା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚିଠିରେ ଉଲ୍ଲେଖ ଅନୁଯାୟୀ, ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରାଯାଉ। ଚାଷ ପାଇଁ ନିଶ୍ଚିତ ଋଣ (ସିଜିଟିଏ) ଗଠନ ଲାଗି ପ୍ରସ୍ତାବ ଦିଆଯାଉ ଏବଂ ଏହି ଋଣ ଟ୍ରଷ୍ଟ ଜରିଆରେ ଚାଷୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଶସ୍ୟ ଋଣ ଯୋଗାଇ ଦିଆଯାଉ। ବିନା ବନ୍ଧକରେ ଏମଏସଏମଇ ପାଇଁ ୫୦ ଲକ୍ଷ ଯାଏ ଋଣ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋଦିଙ୍କ ନିକଟରେ ଦାବି କରିଛନ୍ତି ।

ସେହିପରି ଆୟୁଷ୍ମାନ ଭାରତ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆୟୁଷ୍ମାନ ଯୋଜନା ଘୋଷଣା ବେଳେ ଓଡ଼ିଶା ସମର୍ଥନ କରିଥିଲା। ମାତ୍ର ୟୁପିଏ ସର୍ତ୍ତାବଳୀରେ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାର ୯ ଲକ୍ଷ ପରିବାର ବାଦ ପଡ଼ିଲେ। ତେବେ ଯୋଜନାର ସୁଫଳକୁ ସାର୍ବଜନୀନ କରିବା ଲାଗି ଓଡ଼ିଶା ନୂଆ ଯୋଜନା(ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) କରିଛି । ରାଜ୍ୟର ୭୦ ଲକ୍ଷ ପରିବାର ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

By Manas

Related Post