Mon. Jun 16th, 2025

ପୁଣି ପ୍ରଯୋଜନାରେ ଏହି ଓଲିଡଡ ନାୟିକା

By amfnews Mar 18, 2019 #Featured
184 Views

ଭୁବନେଶ୍ୱର: ଜୟା ବିଶ୍ୱାସ ଏକାଧାରରେ ଓଲିଉଡର ଜଣେ ଅଭିନେତ୍ରୀ, ପ୍ରଯୋଜିକା, କାହାଣୀକାର ଓ ନୃତ୍ୟ ନିର୍ଦ୍ଦେଶିକା। ଅଭିନେତ୍ରୀଭାବେ ଜୟାଙ୍କୁ ‘ଚୁପ୍‌ କିଏ ଆସୁଛି’ ଓ ‘ଲଭ୍‌ ପ୍ରମିଜ୍‌’ରେ ଦର୍ଶକ ଦେଖିବାକୁ ପାଇଥିଲେ। ବିଶେଷ କରି ଗତ ବର୍ଷ ମୁକ୍ତିଲାଭ କରିଥିବା ‘ଲଭ୍‌ ପ୍ରମିଜ୍‌’ରେ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରିଥିଲେ। ଏହି ସିନେମାରେ ରାକେଶଙ୍କ ବିପକ୍ଷରେ ଜୟା ନାୟିକା ବନିଥିଲେ।

ଏବେ ଜୟା ଆଉ ଏକ ଓଡ଼ିଆ ସିନେମାରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ଟାଇଟଲ ହେଲା ‘ଆଶିକ୍‌ ସରେଣ୍ଡର ହେଲା’। ଥିରେ ପ୍ରଥମ ଥର ପାଇଁ ସମ୍ଭବ ଓ ଜୟା ଏକାଠି କାମ କରୁଛନ୍ତି। ଏହା ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି। ଫିଲ୍ମରେ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗେ,ହେଲେ ଶେଷରେ କିଏ କାହା ପାଖରେ ସମର୍ପଣ କରେ ,ତାକୁ ନେଇ କାହାଣୀଟି ପ୍ରସ୍ତୁତ ହୋଇଛି। ବିଶ୍ୱାସ ପ୍ରଡକ୍‌ସନ୍‌ସ ଓ ଫୋନେକ୍ସ ଫିଲ୍ମସ ଲାବସ୍‌ ପ୍ରାଇଭେଟ୍‌ ଲିମିଟେଡର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି। ନିଜେ ନାୟିକା ଜୟା ଏହାର କାହାଣୀ ଲେଖିଛନ୍ତି। ମାନସ ପଢ଼ିହାରୀ ଏହାର ସଂଳାପକାର।

By amfnews

Related Post