Sun. Apr 20th, 2025

ପୁଅକୁ ଡାକ୍ତର କରିବାପାଇଁ ନିଜର କିଡନି ବିକିବାକୁ ଚାହୁଁଛନ୍ତି ଦିବ୍ୟାଙ୍ଗ ପିତା

By amfnews Jun 23, 2019 #Featured
140 Views

ଅହମଦାବାଦ : ନିଜ ସନ୍ତାନର ସ୍ବପ୍ନକୁ ସାକାର କରିବା ପାଇଁ ବାପା ମାଆମାନେ କେତେ କ’ଣ ନ କରନ୍ତି ତାହା ସମସ୍ତଙ୍କୁ ଜଣା। ଏଭଳି ଏକ ବିରଳ ଉଦାହରଣ ପୁଣି ଦେଖିବାକୁ ମିଳିଛି ଗୁଜୁରାଟରେ। ଗୁଜୁରାଟର ବଁଶଦା ତାଲୁକର ଏକ ଆଦିବାସୀ ଅଂଚଳରେ ଜଣେ ଦିବ୍ୟାଙ୍ଗ ପିତା ଜୟେଶ ପଟେଲ ନିଜ ପୁଅର ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାକୁ ଯାଇ କିଡନି ବିକ୍ରି କରିବାକୁ ଚାହୁଁଛନ୍ତି, କାରଣ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ।
ଜୟେଶ ପଟେଲ ୧୯୯୫ରେ ସ୍ନାତକ ପାସ୍ କରିବା ପରେ ଚାକିରି ପାଇଁ ଖୋଜୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ନିଜ ଚକ୍ଷୁ ହରାଇଥିଲେ । ଯାହା ଫଳରେ ସେ କୌଣସି କାମ କରିପାରିଲେ ନାହିଁ । ଜୟେଶଙ୍କ ସ୍ତ୍ରୀଙ୍କ ରୋଜଗାରରେ ଚଳୁଛନ୍ତି। କିନ୍ତୁ ତାହା ଯଥେଷ୍ଟ ନୁହେଁ । ଏଣେ ପୁଅ ସାହିଲ ଜଣେ ମେଧାବୀ ଛାତ୍ର। ସେ ଚାହେଁ ଡାକ୍ତର ହେବ।

ସେ ବୋର୍ଡ ପରୀକ୍ଷାରେ ୯୦.୫୯ ପ୍ରତିଶତ ରଖି ପାସ୍ କରିଥିଲେ । ସାହିଲର ଶିକ୍ଷକମାନେ ତାଙ୍କୁ ବେଶ୍ ସହଯୋଗ କରିଛନ୍ତି । ଏହି ସ୍ବପ୍ନ ପୂରଣ କରିବାପାଇଁ ସରକାର କିଛି ସହାୟତା ଦେଇ ନଥିବା ସେ କହିଛନ୍ତି। ଜୟେଶ ପଟେଲ ନିଜ ପୁଅର ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାକୁ ଯାଇ କିଡନି ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

By amfnews

Related Post