Sun. Mar 8th, 2026

ପୁଅ ଶୋଇଥିବା ତକିଆ ଉପରେ ନାଗ ସାପକୁ ଦେଖି ଚମକି ପଡ଼ିଲେ ମହିଳା

164 Views

ଗୁରୁଗ୍ରାମ: ଗୁରୁଗ୍ରାମରୁ ୧୫ କିଲୋମିଟର ଦୂର ହରିଆଣାର ସୁଲତାନପୁରରେ ଏକ ଘରୁ ୬ ଫୁଟ୍‌ ଲମ୍ବର ଏକ ନାଗ ସାପ ଉଦ୍ଧାର ହୋଇଛି। ନାଗଟିର ଓଜନ ୩ କିଲୋଗ୍ରାମ। ରାତି ପ୍ରାୟ ୧ଟା ବେଳେ ଜଣେ ଯୁବକ ଶୋଇଥିବା ଅବସ୍ଥାରେ ତାଙ୍କ ତକିଆ ପାଖରେ ସାପଟିକୁ ଯୁବକର ମାଆ ଦେଖିବାକୁ ପାଇଥିଲେ।

ମହିଳା ଜଣକ କହିଛନ୍ତି କି ‘ରାତି ପ୍ରାୟ ୧ଟା ସମୟରେ ମୋ ଫୋନ୍‌ ରିଙ୍ଗ୍‌ ହୋଇଥିଲା। ମୁଁ ମୋ ଫୋନ୍‌ ପାଖକୁ ଯିବା ପାଇଁ ଲାଇଟ୍‌ ଜଳାଇଲି। ମାତ୍ର ଲାଇଟ୍‌ ଜଳାଇବା ପରେ ଯାହା ଦେଖିଲି ମୁଁ ଚମକି ପଡ଼ିଲି। ମୁଁ ଦେଖିବାକୁ ପାଇଲି ଯେ ସାପଟି ମୋ ପୁଅ ମୁଣ୍ଡ ଉପରେ ଶୋଇଛି।’

ମହିଳା ଜଣକ ସାପଟିକୁ ଦେଖିବା ପରେ ଚିତ୍କାର କରିବାକୁ ଲାଗିଥିଲେ। ପାଖ ପଡ଼ୋଶୀମାନେ ତାଙ୍କ ଡାକ ଶୁଣିପାରିଲେ ନାହିଁ। ସେ ଏପରି ଏକ ଅଞ୍ଚଳରେ ରହୁଛନ୍ତି ଯେଉଁଠାରେ ବିଶେଷ ଘର ନାହିଁ। ପରେ ସେ ତାଙ୍କ ସ୍ୱାମୀଙ୍କୁ କଲ୍‌ କଲେ। ତାଙ୍କ ସ୍ୱାମୀ ଜଣେ କ୍ୟାବ୍‌ ଚାଳକ। ତାଙ୍କ ସ୍ୱାମୀ ଘରକୁ କିଛି ଗାଁ ଲୋକଙ୍କୁ ନେଇ ଆସିଥିଲେ। ପରେ ସେ ସାପ ଉଦ୍ଧାରକାରୀକୁ ଫୋନ୍‌ କରି ଡାକିବାରୁ ସାପଟିକୁ ଉଦ୍ଧାର କରାଯାଇଛି।

By amfnews

Related Post