121 Views
ମୁମ୍ବାଇ : ସଙ୍କଟ ସ୍ଥିତିରେ ଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କର ନିଲମ୍ବିତ ଏମ୍ଡି ଜୟ ଥୋମାସ୍ ଗିରଫ ହୋଇଛନ୍ତି। ୬୫୦୦ କୋଟି ବ୍ୟାଙ୍କ ଜାଲିଆତି ମାମଲାରେ ମୁମ୍ବାଇ ପୁଲିସ୍ର ଅର୍ଥନୀତିକ ଶାଖା ତାଙ୍କୁ ଗିରଫ କରିଛି।
ଆଜି ପିଏମ୍ସିର ପୂର୍ବତନ ବୋର୍ଡ ସଦସ୍ୟ ଏବଂ ଏହାର ନିବେଶକ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଲିମିଟେଡ୍ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏତଦ୍ବ୍ୟତୀତ ମୁମ୍ବାଇ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା।