Sat. Mar 7th, 2026
205 Views

ଭୁବନେଶ୍ୱର/ପାରଳାଖେମୁଣ୍ଡି :  ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ୪ଟା ୧ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

୨୦୧୫ ମସିହାରୁ ମହାରାଜା ଗୋପୀନାଥ ଗଜପତି  କଥା କହି ପାରୁ ନଥିବା ବେଳେ ଚାଲି ମଧ୍ୟ ପାରୁ ନଥିଲେ। ସେ ଦୀର୍ଘ ଅଢ଼େଇ ବର୍ଷ ହେବ କୋମାରେ ଥିଲେ ବୋଲି ସୂଚନା ମିଳିଛି।   ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ  ଝିଅ କଲ୍ୟାଣୀ ଦେବୀ  ମହାରାଜାଙ୍କ ସେବା କରୁଥିଲେ।

ମହାରାଜ ଗୋପୀନାଥ ଗଜପତି ୧୯୪୩ ମସିହା ମାର୍ଚ୍ଚ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ସେ ବ୍ରହ୍ମପୁର ସାଂସଦ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି।  ନବମ ଏବଂ ଦଶମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ମହାରାଜା ଗୋପୀନାଥ ଗଜପତି ୧୯୯୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ।   ହେଲେ ୨୦୦୯ରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

By amfnews

Related Post