Fri. Dec 27th, 2024

ପାଣିରେ ଗୁଡ ଓ ଜିରା ମିଶାଇ ପିଅନ୍ତୁ , ଜାଣନ୍ତୁ ଏଥିରୁ କି ଫାଇଦା ମଳେ?

By amfnews Nov 25, 2018 #Featured
307 Views

ଗୁଡ ଓ ଜିରା ଏଭଳି ଦୁଇଟି ସାମଗ୍ରୀ,ଯାହା ଆମର ରୋଷେଇ ଘରେ ଥାଏ। ଜିରା ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ଅନ୍ୟ ପକ୍ଷରେ ଗୁଡକୁ ଆମେ ଖଟାରେ ପ୍ରୟୋଗ କରିଥାଉ। ଏପରିକି ଚୁଡାରେ କି ଗୁଡ ମିଶାଇ ଖାଇଥାଉ।

ଜିରା ଓ ଗୁଡର ମିଶ୍ରିତ ପାଣିକୁ ପିଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହେ ନାହିଁ। ଏବେ ଆସନ୍ତୁ ଜାଣିବା ଗୁଡ ଜିରା ପାଣି ପିଇବା ଫଳରେ କେଉଁସବୁ ରୋଗ ଭଲ ହୋଇଥାଏ। ଯେଉଁମାନେ ପେଟରେ ଗଣ୍ଡଗୋଳ ଥାଏ ବା କୋଷ୍ଠକାଠିନ୍ୟତା ,ପେଟ ଫୁଲା ଓ ପେଟ ଯନ୍ତ୍ରଣା ଭଳି ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବା ଲାଗି ଚାହୁଁଛନ୍ତି, ସେମାନେ ଗୁଡ ଜିରା ପାଣି ପିଇବା ଉଚିତ। ବ୍ୟାକ୍‌ପେନ୍‌ ଓ ଅଣ୍ଟାରେ ଯନ୍ତ୍ରଣା ଭଳି ସମସ୍ୟା ଥିଲେ ବି ଗୁଡ ଜିରା ମିଶ୍ରିତ ଜଳ ପିଇବା ଭଲ।

ଏହା ଛଡା ମାସିକ ଋତୁସ୍ରାବ ଜନିତ ସମସ୍ୟା ଦେଖା ଦେଉଥିଲେ ଗୁଡ ଓ ଜିରାକୁ ପାଣିରେ ମିଶାଇ ପିଇବା ଆବଶ୍ୟକ। ମୁଣ୍ଡବିନ୍ଧାରୁ  ମଧ୍ୟ ଗୁଡ ଜିରା ପାଣି ଆଶ୍ୱସ୍ତି ଦେଇଥାଏ। ଜିରା-ଗୁଡ ଜଳ ପିିଇଲେ ଜ୍ୱର ବି ଭଲ ହୋଇଥାଏ। ସବୁଠୁଁ  ବଡ଼ କଥା ହେଲା ଏହାକୁ ସେବନ କରିଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

By amfnews

Related Post