Sun. Mar 8th, 2026

ପନୀର ପରିବର୍ତ୍ତେ ଚିକେନ୍‌ ପରିବେଷଣ କରିବାରୁ ଜୋମାଟୋ ଏବଂ ହୋଟେଲ୍‌ ଉପରେ ୫୫, ୦୦୦ ଟଙ୍କା ଜରିମାନା

183 Views

ମୁମ୍ବାଇ  : ନିରାମିଷ ତରକାରି ପାଇଁ ବରାଦ ଦେଇଥିବା ଜଣେ ଓକିଲଙ୍କୁ ଆମିଷ ଖାଦ୍ୟ ପରିବେଷଣ କରିଥିବା କାରଣରୁ ଏକ ଖାଉଟି ଅଦାଲତ ଡେଲିଭରି ପ୍ଲାଟ୍‌ଫର୍ମ ‘ଜୋମାଟୋ’ ଏବଂ ସମ୍ପୃକ୍ତ ହୋଟେଲ୍‌ ଉପରେ ୫୫, ୦୦୦ ଟଙ୍କା ଜରିମାନା କରିଛନ୍ତି।

ଗଣମାଧ୍ୟମ ଖବର ଅନୁସାରେ, ଓକିଲ ଶନମୁଖ ଦେଶମୁଖଙ୍କୁ ୪୫ ଦିନ ମଧ୍ୟରେ ଜରିମାନା ଅର୍ଥ ପ୍ରଦାନ କରିବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ଥରେ ନୁହେଁ ଦୁଇ ଥର ନିରାମିଷ ତରକାରି ପରିବେଷଣ କରାଯାଇଛି। ସେ ପନୀର ବଟର୍‌ ମସଲା ପାଇଁ ବରାଦ ଦେଇଥିଲେ, କିନ୍ତୁ ଦିଆଗଲା କୁକୁଡ଼ା ତରକାରି।

ଦୁଇଟିଯାକ ବ୍ୟଞ୍ଜନ ଦେଖିବାକୁ ଏକା ପ୍ରକାରର ହୋଇଥିବାରୁ ତାହା କୁକୁଡ଼ା ତରକାରି ବୋଲି ଜାଣି ନ ପାରି ସେ ଖାଇ ଦେଇଥିଲେ।
ଜୋମାଟୋ କହୁଛି ଯେ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମକୁ ବଦନାମ କରିବାକୁ ଓକିଲ ଅଭିଯୋଗ କରିଛନ୍ତି। ଜୋମାଟୋ ତାଙ୍କୁ ବ୍ୟଞ୍ଜନ ବାବଦ ଅର୍ଥ ଫେରାଇ ଦେଇଥିଲା।

ଜୋମାଟୋ ଖାଉଟି ଅଦାଲତରେ କହିଥିଲେ କି, ଭୁଲ୍‌ ତରକାରି ଦେଇଥିବାରୁ, ହୋଟେଲ୍‌ ହିଁ ଏଥିପାଇଁ ଦାୟୀ, କିନ୍ତୁ ଜୋମାଟୋ ମଧ୍ୟ ସମପରିମାଣରେ ଦାୟୀ ବୋଲି ଖାଉଟି ଅଦାଲତ କହିଛନ୍ତି। ହୋଟେଲ୍‌ ନିଜର ତ୍ରୁଟି ସ୍ୱୀମାର କରିଛି। ସେବା ଯୋଗାଣରେ ତ୍ରୁଟି କାରଣରୁ ଜୋମାଟୋ ଏବଂ ହୋଟେଲ୍‌ ଉପରେ ୫୦୦୦୦ ଟଙ୍କା ଏବଂ ମାନସିକ ନିର୍ଯାତନା ପାଇଁ ବାକି ଅର୍ଥ ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି।

By amfnews

Related Post