Wed. Jan 8th, 2025

ନୀହାରିକା ହତ୍ୟା ମାମଲା: ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା

By amfnews Sep 26, 2019 #Featured
156 Views

ଜଗତସିଂହପୁର : ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନିହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନୀହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ  ପୂରାଇ ନିଜ ବାଇକ୍‌ରେ ଆଣି ବିଲୁଆଖାଇ ନଦୀରେ ପକାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା  ଏସ୍‌ପି ଆର ପ୍ରକାଶ ସୂଚନା ଦେଇଛନ୍ତି।

ନୀହାରିକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ ଭାବେ କିଛି କହି ନାହିଁ ତେବେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ନୀହାରିକାର ଚରିତ୍ରକୁ ସନ୍ଦେହ ଓ  ଅନ୍ୟତ୍ର ବିବାହ ପ୍ରସ୍ତାବ ପଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି କାରଣରୁ ହିଁ ରାଜା ନିହାରୀକାକୁ ମାରିଥିବା ଏସ୍‌ପି ସୂଚନା ଦେଇଥିଲେ । ତେବେ ଡିଏନଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜକୁ ଆଉଥରେ ରିମାଣ୍ଡରେ ନିଆ ଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନୀହାରିକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ  ତାଙ୍କ ଗଳିତ ମୃତଦେହ ମିଳିଥିଲା ।

ଗତ ୨୦ ତାରିଖରେ ରାଜା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ୍‌ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା।

By amfnews

Related Post