Sun. Mar 8th, 2026

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

174 Views

ବାଲେଶ୍ୱର  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ସର୍ବେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ, ବାଲେଶ୍ୱର ସହରର ଭାସ୍କରଗଞ୍ଜ ଘର ସମେତ ସମୁଦାୟ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏହାସହ ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ରାଣୀପାଟଣାସ୍ଥିତ  ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ଭୁବନେଶ୍ୱରେ ସର୍ବେଶ୍ୱରଙ୍କ ୨ଟି ଫ୍ଲାଟ ଥିବା ଜଣାପଡ଼ିଛି।

By amfnews

Related Post