Sat. Mar 7th, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

222 Views

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦାର ତକତପୁର ଅଞ୍ଚଳରେ ଜଣେ ନାବାଳିକକୁ  ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ପ୍ରକାଶ କୁମାର ଗିରି।

ଅଭିଯୋଗ ଅନୁଯାୟୀ, ଗତକାଲି ନାବାଳିକା ଜଣକ ଘର ଅଗଣାରେ ଖେଳୁଥିବା ବେଳେ ପ୍ରକାଶ ଦୁଷ୍କର୍ମ କରିଥିଲେ। ଏ ଘଟଣା ସଂପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ନିସ୍ତୁକ ପିଟିଥିଲେ। ଏହାପରେ ସେମାନେ ତାଙ୍କୁ ପୁଲିସ୍‌ର ଜିମା ଦେଇଥିଲେ। ନାବାଳିକାର ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ପ୍ରକାଶଙ୍କୁ ପକ୍ସୋ ଆଇନ ଅନୁସାରେ ଗିରଫ କରିଛି।

By amfnews

Related Post