Sun. Mar 8th, 2026

ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କ ଉପରକୁ ଏସିଡ୍‌ ଫିଙ୍ଗି ମଧ୍ୟ-ବୟସ୍କ ବ୍ୟକ୍ତି ଥାନାରେ ଅଟକ

255 Views

ଭଦ୍ରକ: ସୋମବାର ପୂର୍ବାହ୍ନରେ ବନ୍ତ ଥାନା ଅଞ୍ଚଳର ବାଙ୍ଗରପଦୀ ହାଇସ୍କୁଲ୍‌ର ଦୁଇ ଜଣ ଛାତ୍ରୀଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଥାନାରେ ଅଟକ ଅଛନ୍ତି। ଥାନାରେ ଅଟକ ଥିବା ବ୍ୟକ୍ତିଜଣକ ହେଉଛନ୍ତି ତିଲୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମର ୫୦ ବର୍ଷିୟ ନନ୍ଦିଆ।

ନବମ ଶ୍ରେଣୀର ଛାତ୍ରୀ ସ୍ମୃତିପ୍ରିୟା ଓ ୧୦ମ ଶ୍ରେଣୀର ଛାତ୍ରୀ ସୁସ୍ମିତା ସ୍କୁଲ୍‌ ସମ୍ମୁଖ ରାସ୍ତାରେ ଯିବା ବେଳେ ନନ୍ଦିଆ ସେମାନଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଲୋକେ ତାଙ୍କୁ ଧରି ନେଇ ବନ୍ତ ଥାନାରେ ଜିମା ଦେଇଛନ୍ତି।

ସୁସ୍ମିତାଙ୍କ ଦେହରେ ଅଧିକ ଏସିଡ୍‌ ପଡ଼ିଥିବା ବେଳେ ସ୍ମୃତିପ୍ରିୟାଙ୍କ ଦେହରେ ସାମନ୍ୟ ଏସିଡ୍‌ ଛିଟିକି ପଡ଼ିଛି। ଚିକିତ୍ସା ନିମନ୍ତେ ଉଭୟଙ୍କୁ ବନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ବୟସ୍କ ବ୍ୟକ୍ତି ହୋଇ ମଧ୍ୟ ନନ୍ଦିଆ କାହିଁକି ସେମାନଙ୍କ ଉପରକୁ ଏସିଡ଼ି ଫିଙ୍ଗିଲେ ସେ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post