Fri. Mar 6th, 2026

ନନ୍ଦନକାନନରେ ସିସିଟିଭି ଧରାଇଲା ଲୁଟେରା

228 Views

ବାରଙ୍ଗ, ଡିସେମ୍ବର ୩୧ : ନନ୍ଦନକାନନରେ ଆଜି ପ୍ରବଳ ଭିଡ଼ର ସୁଯୋଗ ନେଇ ଜଣେ ପର୍ଯ୍ୟଟକଙ୍କ ବ୍ୟାଗ୍‌ ଭିତରୁ ମୋବାଇଲ ଲୁଟିଥିବା ଜଣେ ଲୁଟେରାକୁ ନନ୍ଦନକାନନ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରାଣୀ ଉଦ୍ୟାନ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରୁଥିବା କର୍ମଚାରୀମାନେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ସେ ହେଲା, ରୂପ ସିଂ ଓ ତା’ ଘର ପଶ୍ଚିମବଙ୍ଗ କାଲିତୁଲା ଥାନା ଅନ୍ତର୍ଗତ ସାହେବଗଞ୍ଜ ଜିଲ୍ଲାର ପୁରୁଲିଆ ଗ୍ରାମରେ ବୋଲି ଜଣାଯାଇଛି। ଏହାଛଡ଼ା ଟିକଟ କାଉଣ୍ଟର୍‌ ନିକଟରେ ଭିଡ଼ର ଫାଇଦା ଉଠାଇ ପକେଟମାର କରୁଥିବା ୨ ନାବାଳକାଙ୍କୁ ମଧ୍ୟ କିଛି ପର୍ଯ୍ୟଟକ ଧରି ପୁଲିସ ଜିମା ଦେଇଛନ୍ତି।

By amfnews

Related Post