Sat. Mar 7th, 2026

ନକଲି ଆଇଆର୍‌ଏସ୍‌ ଅଫିସରଙ୍କୁ ୬ବର୍ଷ ଜେଲ୍‌

164 Views

ବାରିପଦା : ବାରିପଦା ଏସ୍‌ଡିଜେଏମ ସୁନୀତା ଆଚାର୍ଯ୍ୟ ଆଜି ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ଭଦ୍ରକ ଜିଲ୍ଲା ତିହିଡି ଥାନା ବଉଳପାଳ ଗ୍ରାମର ରଜତ ଓରଫ ସତ୍ୟଜିତ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମା‌ନା ଦେବାକୁ ରାୟ ଶୁଣାଇଛନ୍ତି। ଆଇପିସି ଧାରା ୪୧୭, ୪୧୯ରେ ୬ମାସ, ୪୨୦, ୧୭୦, ୪୬୮, ୬୬(ସି) ଆଇଟି ଓ ୬୬(ଡ)ଆଇଟି ପ୍ରତ୍ୟେକରେ ୧ବର୍ଷ ଲେଖାଏଁ ମୋଟ ୬ ବର୍ଷ ଏବଂ ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଉକ୍ତ ମାମଲାରେ ମୋଟ୍‌ ୯ଜଣ ସାକ୍ଷୀ ଓ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ସତ୍ୟଜିତ୍‌ ନିଜକୁ ଜଣେ ଆଇଆର୍‌ଏସ ଅଫିସରର ପରିଚୟ ଦେଇ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ। ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୬ପୁରୁଣା ହାଟ ସାହି ଅଞ୍ଚଳର ପାୟଲ ରାୟଙ୍କୁ ଏକ ଏନ୍‌ଜିଓ କରାଇ ଦେବାକୁ କହି ୩ ହଜାର ଟଙ୍କା ଠକି ନେଇଥିଲା। ଠକାମିର ଶିକାର ହେବାପରେ ପାୟଲ ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୁଲିସ ମାମଲା ରୁଜୁ କରି ବାରିପଦା ସ୍ଥିତ ଅମ୍ବିକା ମନ୍ଦିର ନିକଟରୁ ସତ୍ୟଜିତ୍‌କୁ ଗିରଫ କରିଥିଲା।

By amfnews

Related Post