ମୋଦୀ ଏହି ପତ୍ରରେ ଦୀର୍ଘ ଦିନ ଧରି ଭାରତ ପାଇଁ କ୍ରିକେଟ ଖେଳିଥିବା ସୁରେଶ ରାଇନାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତୀୟ ଦଳ ପ୍ରତି ତାଙ୍କର ଅବଦାନକୁ ପ୍ରଂଶସା କରିଛନ୍ତି । ଏହା ସହ ରାଇନାଙ୍କ ଫିଲଡିଙ୍ଗକୁ ଏହି ପତ୍ର ମାଧ୍ୟମରେ ମୋଦି ପ୍ରଂଶସା କରିଛନ୍ତି । ବହୁତ କମ ବୟସରଙ୍କ ରାଇନା ଅବସର ନେଇଥିବାରୁ ମୋଦି ଦଃୁଖ ପ୍ରକାଶ କରିବା ସହ ଆଗାମୀ ଜୀବନ ପତ୍ନୀ ପ୍ରିୟଙ୍କା ଏବଂ ପରିବାର ଲୋକଙ୍କ ସହ ଖୁସିରେ ଅତିବାହିତ କରନ୍ତୁ ବୋଲି ମୋଦି ଶୁଭେଛା ଜଣାଇଛନ୍ତି ।
ଏହାର ଜବାବରେ ସୁରେଶ ରାଇନା “ଯେତେବେଳେ ଆମେ ଖେଳିବା, ଆମେ ଦେଶ ପାଇଁ ଆମର ରକ୍ତ ଏବଂ ବଳ ଲଗାଉ ଥାଉ । ଏହି ଦେଶ ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭଲ ପାଇବା ଅପେକ୍ଷା କୌଣସି ଭଲ ପ୍ରଶଂସା ନାହିଁ । ତୁମର କୃତଜ୍ଞତା ଏବଂ ଶୁଭେଚ୍ଛା ପାଇଁ ତୁମକୁ ଧନ୍ୟବାଦ ବୋଲି କହିଛନ୍ତି ।
ୟୁଏଇରେ ଖେଳାଯିବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଆଗାମୀ ସଂସ୍କରଣରେ ଏମ୍ଏସ୍ ଧୋନି ଏବଂ ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳ ତରଫରୁ ଦେଖିବାକୁ ମିଳିବ ।