Sat. Mar 7th, 2026

ଦୁଷ୍କର୍ମ ଓ ଯୌନଉତ୍ପୀଡ଼ିତ ପୀଡ଼ିତାମାନଙ୍କର ନାମ ଓ ପରିଚୟ ପ୍ରକାଶ କରାଯିବ ନାହିଁ: ସୁପ୍ରିମ୍‌ କୋର୍ଟ

248 Views

ନୂଆଦିଲ୍ଲୀ, ଡିସେମ୍ବର୧୧: ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ନାମ ଆଦୌ ପ୍ରଘଟ କରିବେ ନାହିଁ ବୋଲି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ଶୀର୍ଷ ଅଦାଲତ କହିଛନ୍ତି ଯେ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନ ମାମଲାରେ ଦାଏର କରାଯାଇଥିବା ଏଫ୍‌ଆଇଆର୍‌ଗୁଡ଼ିକୁ ମଧ୍ୟ ପୁଲିସ ପବ୍ଲିକ୍‌ ଡୋମେନ୍‌ରେ ପ୍ରକାଶ କରିବେ ନାହିଁ। ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ମାମଲା ପ୍ରତି ମଧ୍ୟ ସମାନ ନିୟମ ଲାଗୁ ହେବ।

ଶୀର୍ଷ ଅଦାଲତ କହିଛନ୍ତି ଯେ ସମାଜରେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଅସ୍ପୃଶ୍ୟ ଭାବେ ବ୍ୟବହାର କରିବା ଦୁଃଖର ବିଷୟ।

By amfnews

Related Post