Sun. Mar 8th, 2026
150 Views

ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ଆଜି ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବରର ଅକ୍ଷୟ ମହାରଣା ଓରଫ ବବଲୁ ଓ ପୁରୀ କାକଟପୁରର ଶୁଭଜିତ ମହାନ୍ତି ଓରଫ କାହ୍ନୁ। ପୁଲିସ୍‌ ଏମାନଙ୍କ ନିକଟରୁ ଗୋଟିଏ ବାଇକ, ମୋବାଇଲ, ଭ୍ୟାନିଟି ଜବତ କରିଛି। ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଅରୁଣ ସ୍ବାଇଁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥ ମନ୍ଦିର ନିକଟରେ ସ୍ବପ୍ନା ବାରିକ ନାମକ ଜଣେ ମହିଳା ଏକ ବାଇକରେ ଯାଉଥିବା ବେଳେ ବବଲୁ ଓ କାହ୍ନୁ ଏକ ବାଇକ୍‌ରେ ଆସି ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ। ଏ ନେଇ ସ୍ବପ୍ନା ଥାନାରେ ଅଭିଯୋଗ କରିଥିଲେ।

By amfnews

Related Post