Tue. Dec 24th, 2024

ଦିଲ୍ଲୀରେ ରେକର୍ଡ: ଜାନୁଆରୀ ମାସରେ ୨୧ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା

By amfnews Jan 7, 2021 #Featured
152 Views

ନୂଆଦିଲ୍ଲୀ, ଜାନୁଆରୀ ୦୭ : ଜାନୁଆରୀ ମାସରେ ଜାତୀୟ ରାଜଧାନୀ ଦିଲ୍ଲୀରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ଏକ ସପ୍ତାହ ମଧ୍ୟରେ ୫୬.୬ ମିଲିମିଟର ବର୍ଷା ହୋଇସାରିଛି, ଯାହାକି ୨୧ ବର୍ଷରେ ସର୍ବାଧିକ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀରେ ବୁଧବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଇଏମଡିର ଆଂଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି, ସଫଦରଗଂଜ ବେଦଶାଳାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୫୬.୬ ମିଲିମିଟର ବର୍ଷା ହୋଇଛି । 

କିଛି ବର୍ଷ ହେବ ଦିଲ୍ଲୀରେ ଜାନୁଆରୀରେ ହାରାହାରି ୨୧.୭ ବର୍ଷା ହୋଇଆସୁଥିଲା । ଗତ ବର୍ଷ ୪୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ବର୍ଷ ୨୦୧୯ରେ ଏହା ୫୪.୧ ମିଲିମିଟର ଓ ୧୯୯୯ରେ ୫୯.୭ ମିଲିମିଟର ବର୍ଷା ହୋଇଥିଲା । ଆଇଏମଡିର ତଥ୍ୟ ଅନୁସାରେ ୧୯୯୫ ମସିହା ଜାନୁଆରୀ ମାସରେ ଏଠାରେ ୬୯.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । 

ସଫଦରଗଂଜ ବେଦଶାଳା ବୁଧବାର ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ୬ ମିିମି ବର୍ଷା ରେକଡ କରିଛି । ଏହି ସମୟ ମଧ୍ୟରେ ପାଲମ, ଲୋଧୀରୋଡ, ରିଜ ଓ ଆୟାନନଗର ପାଣିପାଗ କେନ୍ଦ୍ରରେ ଯଥାକ୍ରମେ ୬.୩ ମିମି, ୧୧.୧ ମିମି ଓ ୩.୬ ମିମି ବର୍ଷା ହୋଇଛି । ଅଧିକାରୀ କହିଛନ୍ତି ଯେ, ପଶ୍ଚିମ ଭିକ୍ଷୋଭ କାରଣରୁ ପାହାଡିଆ ଅଂଚଳରେ ତୁଷାରପାତ ହେଉଛି । ଏହି କାରଣରୁ ତାପମାତ୍ରା ୪ରୁ ୫ ଡିଗ୍ରୀ ତଳକୁ ଖସିବ । ଆଗାମୀ ୨ ଦିନ ଯାଏଁ ଦିଲ୍ଲୀରେ କୁହୁଡ଼ି ଦେଖାଯିବ । 

By amfnews

Related Post