Sun. Jun 8th, 2025

ଦିଲ୍ଲୀ ସରକାରୀ ସ୍କୁଲ୍‌ର ପମ୍ପ୍‌ରୁମ୍‌ ଭିତରେ ୬ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରି ଇଲେକ୍ଟ୍ରିସିଆନ୍‌ ଗିରଫ

By amfnews Aug 10, 2018 #Featured
181 Views

ନୂଆଦିଲ୍ଲୀ: ଏକ ସରକାରୀ ସ୍କୁଲ୍‌ରେ ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଦ୍ୱିତୀୟ ଶ୍ରେଣୀ ବାଳିକା ସହ ସ୍କୁଲ୍‌ ପରିସର ମଧ୍ୟରେ ଜଣେ ଇଲେକ୍ଟ୍ରିସିଆନ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସ୍କୁଲ୍‌ର ସମସ୍ତ କର୍ମଚାରୀ ଧାଡ଼ିବାନ୍ଧି ଠିଆ ହୋଇଥିବା ଇନ୍‌ଭେଷ୍ଟିଗେସନ୍‌ ପରେଡ୍‌ରେ ନାବାଳିକାଟି ଚିହ୍ନଟ କରିବା ପରେ ଅଭିଯୁକ୍ତଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରାଯାଇଛି।

ଅଗଷ୍ଟ ୮ ତାରିଖ ଦିନ ଗୋଲ୍‌ ମାର୍କେଟ୍‌ ଠାରେ ଥିବା ଏକ ସ୍କୁଲ୍‌ରୁ ଝିଅଟି ଫେରୁଥିବା ସମୟରେ ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, ଅଭିଯୁକ୍ତ ତାଙ୍କୁ ଅଟକାଇ ସ୍କୁଲ୍‌ ପରିସରରେ ଥିବା ଏକ ପମ୍ପ୍‌ ରୁମ୍‌କୁ ଡାକି ନେଇ ତା’ ସହ ଦୁଷ୍କର୍ମ କରିଥିଲା।

ଏ କଥା କାହାକୁ ନ କହିବାକୁ ଅଭିଯୁକ୍ତ ଝିଅଟିକୁ ଖବରଦାର କରାଇଥିଲା।

ଝିଅଟି ଘରେ ପହଞ୍ଚିବା ପରେ ତା’ଠି ରକ୍ତ ବୋହୁଥିବାର ମାଆ ଦେଖିଥିଲେ। ତୁରନ୍ତ ସେ ତାକୁ ଡାକ୍ତରଖାନା ନେଇଥିଲେ। ଝିଅ ସହ ଦୁଷ୍କର୍ମ ହୋଇଥିବା କଥା ଡାକ୍ତରମାନେ ନିଶ୍ଚିତ କରିଥିଲେ।

ଝିଅଟିର ବାପାମାଆଙ୍କ ଅଭିଯୋଗ ଆଧାରରେ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି। ଝିଅଟିକୁ କାଉନ୍‌ସେଲିଙ୍ଗ୍‌ ଦେବାକୁ ବ୍ୟବସ୍ଥା କରାଯାଇଥିଲା।

କାଉନ୍‌ସେଲର୍‌ମାନଙ୍କୁ ୬ ବର୍ଷୀୟ ଝିଅଟି କହିଥିଲା କି, ଲାଲ୍‌ ଟି-ସାର୍ଟ ପିନ୍ଧିଥିବା ଲୋକଟି ତା’ ସହ ଦୁଷ୍କର୍ମ କରିଥିଲା।

ଶୁକ୍ରବାର ଦିନ ଅଭିଯୁକ୍ତଙ୍କୁ ଦିଲ୍ଲୀ ଅଦାଲତରେ ହାଜର କରାଯିବ।

By amfnews

Related Post