Sat. Nov 23rd, 2024

‘ଦାବି ପୂରଣ ନହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ରରେ ମିଶିବୁ’

By amfnews Sep 11, 2019 #Featured
199 Views

ଲମତାପୁଟ : ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଧମକ ଦେଇଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ଗତକାଲି ମାଲକାନଗିରି ଜିଲ୍ଲା ଓରାପଦରରେ ସମାବେଶ ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଏଭଳି ଧମକ ଦେଇଥିଲେ ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତବାସୀ।

ଅଭିଯୋଗ ଅନୁସାରେ, ବିଚ୍ଛିନ୍ନାଞ୍ଚଳରେ ରହିଥିବା ପଣସପୁଟ, ଅଣ୍ଡରାପାଲି, ଜଡାଆମ୍ବ, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲିପଡ଼ା ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଶିକ୍ଷକ ନାହାନ୍ତି। ଏହାସହ ନିୟମିତ ସ୍କୁଲ ଓ ଅଙ୍ଗନବାଡି ମଧ୍ୟ ଖୋଲାଯାଉନି। ତେଣୁ ତୁରନ୍ତ ଭଙ୍ଗା ସ୍କୁଲ ମରାମତି କରିବା ସହ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ହଷ୍ଟେଲ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି।

ସେହିପରି ପଣସପୁଟ, ଅଣ୍ଡରାପଲି, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲି ଗୁଡ଼ା ପଞ୍ଚାୟତରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି। ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ରାଜ୍ୟ ସରକାର ଦେଇଥିବା ସମସ୍ତ ସୁବିଧା ଫେରାଇ ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି। ଏନେଇ ଆସନ୍ତା ୨୬ ତାରିଖରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଚ୍ଛିନ୍ନାଞ୍ଚଳବାସୀ କହିଛନ୍ତି।

By amfnews

Related Post