Sat. Mar 7th, 2026

ଦନ୍ତାକୁ ଧରିବାକୁ ରାସ୍ତାରୋକ, ବ୍ୟାପକ ଫୋର୍ସ ମୁତୟନ

190 Views

ଯାଜପୁର : ଯାଜପୁର ଦାନଗଦିରେ ଦନ୍ତା ଉପଦ୍ରବକୁ ନେଇ ହୋଇଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ନରହନ୍ତା ହାତୀକୁ ଧରିବା ଦାବିରେ ସ୍ଥାନୀୟ ଲୋକେ ଆଜି ସକାଳେ ରାସ୍ତାକୁ ଓହ୍ଲାଇଥିଲେ। ଦାନଗଦି ମିଲିଟାରି ଛକ ଓ ମାନପୁର ପାଖରେ ଉତ୍ତ୍ୟକ୍ତ ଲୋକେ  ରାସ୍ତାରୋକ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।  ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ।

ଘଟଣାସ୍ଥଳରେ  କଳିଙ୍ଗନଗରର ଆଡିସନାଲ ଏସ୍‌ପି  ରାଜକିଶୋର ଦୋରା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବନ ବିଭାଗ ଟିମ୍‌ ଟ୍ରାଙ୍କୁଲାଇଜ୍‌ କରି ହାତୀକୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।

ଚାରିଦିନ ହେଲା ଦନ୍ତାହାତୀ ଦାନଗଦିରେ ଉପଦ୍ରବ  ଚଳାଇଛି। ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଯାଜପୁର ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହାତୀଟି ଏବେ ଧୂଳିଗଡ଼ ଜଙ୍ଗଲରେ ରହୁଥିବାବେଳେ କାବୁ କରିବା ଲାଗି ବନ ବିଭାଗ ଚେଷ୍ଟା ଚଳାଇଛି ।

By amfnews

Related Post