Sat. Mar 7th, 2026

ତେଲ ନଦୀ ଘାଟରେ ଭାସୁଛି ମୃତଦେହ

201 Views

ବୌଦ୍ଧ :  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତେଲ ନଦୀ ଘାଟରେ ଜଣଙ୍କ ବ୍ୟକ୍ତି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତଦେହଟି ଗୋଟେ କପଡ଼ାରେ ଗୁଡ଼ା ଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ମୃତଦେହଟି ତେଲ ନଦୀ ଘାଟରେ ଭାସୁଥିବା କଣ୍ଟାମାଳ ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହଟି କେଉଁ ସ୍ଥାନରୁ ଭାସି ଆସିଛି ସ୍ପଷ୍ଟ ହୋଇନାହିଁ। ମୃତଦେହଟି ବନ୍ୟା ପାଣିରେ ଭାସି ଆସି ଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post