Thu. Jan 23rd, 2025

ତେଲ ଦରରେ ଲାଗିଛି ନିଆଁ, ରେକର୍ଡ ଭାଙ୍ଗିଲା ଡିଜେଲ

rout.subhashree22@gmail.com' By Subhashree Rout Apr 2, 2018 #Featured
288 Views

ଡିଜେଲ ଦର ରେକର୍ଡ ଭାଙ୍ଗିଲାଣି କହିଲେ ଚଳେ । ସେହିପରି ଅନୁରୂପ ଭାବେ ପେଟ୍ରୋଲ ଦର ମଧ୍ୟ ଆସି ସର୍ବାଧିକ ସ୍ତରରେ ପହଞ୍ଚିଲାଣି । ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କା ୭୦ ପଇସା ଥିବା ବେଳେ ଡିଜେଲ ୬୯ ଟଙ୍କା ୪୦ ପଇସା ହୋଇଛି । ଭାରତୀୟ ତୈଳ କମ୍ପାନୀଗୁଡିକ ଅର୍ନ୍ତଜାତୀୟ ବଜାରରେ ତେଲଦରକୁ ଦେଖି ଏହାର ମୂଲ୍ୟ ଧାର୍ଯ୍ୟ କରୁଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ କମ୍ କରିବାକୁ ଦାବି ହେଉଥିଲେ ମଧ୍ୟ ଗତ ଫେବୃଆରୀ ମାସ ବଜେଟ୍ରେ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ ।

ଫଳରେ ବର୍ତ୍ତମାନ ସମୟରେ ତୈଳ କମ୍ପାନୀମାନେ ଗୋଟିଏ ଲିଟର ପେଟ୍ରୋଲ ପିଛା ଆମଦାନୀ ଶୁଳ୍କ ୧୧ ଟଙ୍କା ୭୭ ପଇସା ଓ ଡିଜେଲ ଲିଟର ପିଛା ୧୩ ଟଙ୍କା ୪୭ ପଇସା ଦେଉଛନ୍ତି । ଫଳରେ ଉକ୍ତ କମ୍ପାନୀ ସବୁ ପେଟ୍ରୋଲ ଓ ଡିଜେଲ୍ର ଦର ବୃଦ୍ଧି କରିଛନ୍ତି । ତେଣୁ ଏପରି ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ପ୍ରାୟ ଅନ୍ୟ ସବୁ ଜିିନିଷର ଦରଦାମ ବଢ଼ିବା ନେଇ ସନ୍ଦେହ ଘନେଇଲାଣି ।

Related Post