Sun. Mar 8th, 2026
120 Views

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଲାଗି ରହିଛି। କିଛି ଜିଲ୍ଲାରେ ବର୍ଷା ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଡ୍ୟୁଟି ଅଫିସର ଅମିନ ସର୍ଦ୍ଦାର କହିଛନ୍ତି,“ସମ୍ବଲପୁରରେ ଗତକାଲି ରାତିରୁ ବର୍ଷା ଲାଗି ରହିଥିବା ବେଳେ ଥଣ୍ଡା ପବନ ବୋହୁଛି। ଏଥିଯୋଗୁ ଶୀତ ପୁଣି ଥରେ ଫେରିଛି। ଆଜି ଓ ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ତାରିଖ ବେଳକୁ ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେବ।”

ସେ ଆହୁରି କହିଛନ୍ତି,“ ଅନୁଗୋଳ, ବରଗଡ଼, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ବର୍ଷାର ପରିମାଣ ଅଧିକ ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ସୋନପୁରରେ ସ୍ୱଳ୍ପ ଧରଣର ବର୍ଷା ହେବା ସହ ଘଡ଼ଘଡ଼ି ମାରିବ।”

By amfnews

Related Post