Fri. Mar 6th, 2026

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ରାଜ୍ୟରେ ଲାଗୁ ହେଲା ଲକଡାଉନ

271 Views

ଚେନ୍ନାଇ, ମେ ୦୮ :

କରୋନା ସଂକ୍ରମଣ ବଢୁଥିବାରୁ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଏମ.କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବେ ଘୋଷଣା ହୋଇଛି ।

ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ‘ଅନିବାର୍ଯ୍ୟ କାରଣବଶତଃ’ ଏହି ‘ଲକ୍‌ଡାଉନ୍‌’ ଜାରି କରାଯାଇଛି। ମେ ୧୦ ତାରିଖ ଭୋର ୪ଟାରୁ ମେ ୨୪ ତାରିଖ ଭୋର ୪ଟା ପର୍ଯ୍ୟନ୍ତ‌ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍‌ଡାଉନ୍‌’ ପାଇଁ ଘୋଷଣା କରିଛନ୍ତି।

By amfnews

Related Post