330 Views
ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । କାଳବୈଶାଖୀ ବର୍ଷା ଯୋଗୁଁ ଗତ ତିନି ଚାରି ଦିନ ହେବ ଉପକୂଳ ଓ ଉତ୍ତର ଓଡିଶାରେ ତାତି କମିଥିବା ବେଳେ ଗତକାଲି ଠାରୁ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହି ତାତି ବଢ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ସୂଚନା ଦେଇଛି କି ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ଆସିବ ନାହିଁ । ଏହାସହ କାଳବୈଶାଖୀର ପ୍ରଭାବ ମଧ୍ୟ ଓଡିଶା ଉପରେ ରହିବ ।