Thu. Mar 20th, 2025

ତରୁଣ ତେଜପାଲ୍‌ଙ୍କ ବିରୋଧରେ ଥିବା ଯୌନନିର୍ଯାତନା ମାମଲା ପ୍ରତ୍ୟାହାର କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ

By amfnews Aug 19, 2019 #Featured
200 Views

ନୂଆଦିଲ୍ଲୀ : ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲାକୁ ପ୍ରତ୍ୟାହାର କରିବାକୁ ହୋଇଥିବା ଆବେଦନକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଜଷ୍ଟିସ୍‌ ଏମ୍‌ଆର୍‌ ଶାହାଙ୍କୁ ନେଇ ଗଠିତ ଶୀର୍ଷ ଅଦାଲତଙ୍କ ଖଣ୍ଡପୀଠ କହିଲେ ଯେ ତେହେଲ୍‌କାର ପ୍ରତିଷ୍ଠାତା ସମ୍ପାଦକଙ୍କ ବିରୋଧରେ ଥିବା ମାମଲା ଚାଲୁ ରହିବ।

ତେଜପାଲଙ୍କ ବିରୋଧରେ ଥିବା ମାମଲାର ବିଚାର ଛଅ ମାସ ମଧ୍ୟରେ ସାରିବାକୁ ଖଣ୍ଡପୀଠ ନିମ୍ନ ଅଦାଲତଙ୍କୁ ନିର୍ଦେଶ ଦେଇଛନ୍ତି।
ଶୀର୍ଷ ଅଦାଲତରେ ଫାଇଲ୍‌ କରା ଯାଇଥିବା ପିଟିସନ୍‌ରେ ତେଜପାଲ ଯୌନ ଉତ୍ପୀଡ଼ନ ଏବଂ ଅପହରଣ ମାମଲାକୁ ପ୍ରତ୍ୟାହାର କରାଇ ନେବାକୁ ନିବେଦନ କରିଥିଲେ।

ଗତ ଶୁଣାଣିରେ ଅଦାଲତ ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ଆଦେଶ ସଂରକ୍ଷିତ ରଖିଥିଲେ। କିନ୍ତ, ତେଜପାଲଙ୍କ ଓକିଲଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ କି, ଯଦି ଯୌନ ଉତ୍ପୀଡ଼ନ ଆରୋପ ମିଥ୍ୟା, ସାମ୍ବାଦିକ କାହିଁକି ସେଥିପାଇଁ କ୍ଷମା ଯାଚନା କରିଥିଲେ।

By amfnews

Related Post