Fri. Mar 6th, 2026

‘ଡିଆର୍‌ଡିଓ‘ର ଏମିସାଟ୍‌କୁ କକ୍ଷପଥରେ ସ୍ଥାପନ କଲା ଇସ୍ରୋର ‘ପିଏସ୍‌ଏଲ୍‌ଭି-ସି୪୫’

439 Views

ଶ୍ରୀହରିକୋଟା: ସୋମବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଡିଫେନ୍‌ସ୍‌ ରିସର୍ଚ ଡେଭେଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌ଦ୍ୱାରା ବିକଶିତ ଇଲେକ୍‌ଟ୍ରୋନିକ୍‌ ସାଟେଲାଇଟ୍‌ ‘ଏମିସାଟ୍‌’କୁ କକ୍ଷ ପଥରେ ସ୍ଥାପନ କରିଛି। ୪୩୬ କି. ଗ୍ରା. ଓଜନ ବିଶିଷ୍ଟ ଏହି ଉପଗ୍ରହ ସେନାକୁ ଶତ୍ରୁପକ୍ଷର ରାଡାର୍‌ ଠାବ କରିବାରେ ସହାୟକ ହେବ।

ସକାଳ ୯: ୨୭ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ସ୍ପେସ୍‌ ସେଣ୍ଟର୍‌ର ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ପିଏସ୍‌ଏଲ୍‌ଭି-ସି୪୫ ଏମିସାଟ୍‌, ୨୮ଟି ବିଦେଶୀ କୃତ୍ରିମ ଉପହଗ ଏବଂ ତିନିଟି ବୈଜ୍ଞାନିକ ଉପକରଣ ନେଇ ଥିଲା। ଉତ୍‌କ୍ଷେପିତ ହେବାର ପ୍ରାୟ ୧୭ ମିନିଟ୍‌ ପରେ ଏହା ୭୫୩. ୬ କି. ମି ଉଚ୍ଚରେ ଏମିସାଟ୍‌କୁ ସ୍ଥାପିତ କରିଥିଲା। ଏହାଛଡ଼ା ପିଏସ୍‌୪ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହକୁ ସେଗୁଡ଼ିକର କକ୍ଷପଥରେ ଅବସ୍ଥାନ କରାଇବ।

ସେ ବିଦେଶୀ କୃତ୍ରିମ ଉପଗ୍ରହର ଗ୍ରାହକ ଦେଶମାନେ ହେଉଛନ୍ତି ଲିଥୁଆନିଆ, ସ୍ପେନ୍‌, ସୁଇଜର୍‌ଲାଣ୍ଡ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ବ୍ୟାବସାୟିକ ବ୍ୟବସ୍ଥା ଦ୍ୱାରା ଏସବୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି ବୋଲି ଇସ୍ରୋ କହିଛି।

ଇଣ୍ଡିଆନ୍‌ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌ ପ୍ରୋଗ୍ରାମ୍‌ର ଏହା ୪୭ତମ ଅଭିଯାନ। ଏହି ଉତ୍‌କ୍ଷେପଣ ମାର୍ଚ ୨୧ ତାରିଖରେ ହେବାକୁ ସ୍ଥିର କରାଯାଇଥିଲେ ବି ପ୍ରତିକୂଳ ପାଗ ଯୋଗୁଁ ଏପ୍ରିଲ୍‌ ପହିଲାକୁ ଘୁଞ୍ଚାଇ ଦିଆଯାଇଥିଲା।

By amfnews

Related Post