Sat. Mar 7th, 2026

ଟେଲିଜଗତର ଏହି ଲୋକପ୍ରିୟ ନାୟିକା ବଲିଉଡରେ ପ୍ରବେଶ କରୁଛନ୍ତି

142 Views

ମୁମ୍ବାଇ, ନଭେମ୍ବର ୨୭:ଏବେ ପ୍ରଯୋଜିକା ଏକତା କପୁରଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ କୋମଲିକା ଚରିତ୍ର ନିଭାଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ହିନା ଖାନ୍‌। ତା’ ଆଗରୁ ହିନା ଖାନ୍‌ଲୋକପ୍ରିୟ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହଲତା ହେ’ରେ ଲିଡ୍‌ ରୋଲ ରେ ନଜର ଆସିଥିଲେ। ଏହି ସିରିଆଲ୍‌ ପାଇଁ ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥେିଲ। ଖାଲି ସେତିକି ନୁହେଁ ହିନା ବିଗ୍‌ ବସ୍‌ ରେ ବି ଅଂଶ ଗ୍ରହଣ କରିଥିଲେ।
ଟେଲିଜଗତର ଏହି ଲୋକପ୍ରିୟ ନାୟିକା ହିନା ଖାନ୍‌ ଏବେ ବଲିଉଡରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି। ହିନା ଯେଉଁ ହିନ୍ଦୀ ସିନେମା ଜରିଆରେ ବଲିଉଡରେ ପ୍ରବେଶ କରୁଛନ୍ତି,ତା’ର ନିର୍ଦ୍ଦେଶନା ଦେବେ ହୁସେନ୍‌ ଖାନ୍‌। ରାହତ୍‌ କାଜମୀ ଏହାର ନିର୍ମାତା। ଏହି ସିନେମାର କାହାଣୀକାର ହେଲେ ଶକ୍ତି ସିଂହ ଓ ରାହତ କାଜମୀ।

ହିନା ଖାନ୍‌ଙ୍କ ଅଭିନୀତ ଏହି ପ୍ରଥମ ହିନ୍ଦୀ ସିନେମାର ନାଆଁ ଏ ଯାଏଁ ଜଣା ଯାଇନାହିଁ। ତେବେ ଏହାର ସୁଟିଂ କାଶ୍ମୀରରେ କରାଯିବ ବୋଲି ଜଣାଯାଇଛି। ଏହି ସିନେମାରେ ହିନା ଖାନ୍‌ଙ୍କୁ ଜଣେ ଆତ୍ମନିର୍ଭରଶୀଳ ଯୁବତୀ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

By amfnews

Related Post