Tue. Dec 24th, 2024

ଟୀକାକରଣରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା, ଭୁବନେଶ୍ୱର ଆସିଲା ଆଉ 1 ଲକ୍ଷ 49ହଜାର 760 ଡୋଜ କୋଭାକ୍ସିନ

By Prasanta Patnaik Jan 23, 2021 #Featured
179 Views

ଭୁବନେଶ୍ୱର, ଜାନୁଆରୀ 23 : ରାଜ୍ୟରେ ସୁରୁଖୁରୁରେ ଚାଲିଛି ଟୀକାକରଣ  । ଆମେ ସର୍ବ ଭାରତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛୁ  ।  ଟୀକାକରଣରେ ସାରା ଭାରତରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି  । ଆଜି ସକାଳେ ଭୁବନେଶ୍ୱରରେ 1 ଲକ୍ଷ 49ହଜାର 760 ଡୋଜ କୋଭାକ୍ସିନ ପହଞ୍ଚିଛି  ।  ଏହା କେବଳ ଭୁବନେଶ୍ୱର ଟୀକାକରଣ ପାଇଁ ବ୍ୟବହାର ହେବ  । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ  ।

ଆଗକୁ ରାଜ୍ୟରେ ଟୀକାକରଣ ଆହୁରି ଭଲ ହେବ  ।  ସମସ୍ତଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି  । ଗତକାଲି ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟୀକାକରଣ ହୋଇଛି  ।  221 ସେସନ ସାଇଟରେ 20330 ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରିବୁ। ଆଜି ସକାଳେ ଭୁବନେଶ୍ୱରରେ 1 ଲକ୍ଷ 49ହଜାର 760 ଡୋଜ କୋଭାକ୍ସିନ ପହଞ୍ଚିଛି  ।  ଏହା କେବଳ ଭୁବନେଶ୍ୱର ପାଇଁ  । ସେହିପରି ଆଜି କୋଭିସିଲ୍ଡ ଷ୍ଟୋରରୁ ରିଜିଓନାଲ ଭ୍ୟକ୍ସିନ ଷ୍ଟୋର ଯିବ  । ସେଠାରୁ ଜିଲ୍ଲାକୁ ପାଠାଯିବ  ।  ବର୍ତ୍ତମାନ ସୁଦ୍ଧା 130007 ଜଣଙ୍କୁ ଟୀକା ଦିଆ ହୋଇଛି  । ଜଣଙ୍କୁ ଗୋଟିଏ କମ୍ପାନୀ ଟୀକା ଦିଆଯିବ  । 28 ଦିନ ପରେ ମଧ୍ୟ ସେହି ଏକା ଟୀକା ଦ୍ୱିତୀୟ ଡୋଜ ଦିଆଯିବ  ।  ନହେଲେ ଶରୀରର ରୋଗ ପ୍ରତିଷେଧକ ଉପରେ ପ୍ରଭାବ ପଡିପାରେ  ।  କେବଳ ଜଣଙ୍କ ପାଖରେ ପାର୍ଶ୍ୱ ପତିକ୍ରିୟା ଦେଖାଦେଇଛି  ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post