Fri. Mar 13th, 2026

ଟିକଟକ ଭିଡିଓ ବନାଇବା ପାଇଁ ଡେଇଁଲେ ନାଳକୁ କିନ୍ତୁ ଫସିଗଲେ ପ୍ରବଳ ସ୍ରୋତରେ…

232 Views

ଟିକଟକର ପାଗଳପଣ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଛି ଏବଂ କିଛିଲୋକ ଜାଣିଶୁଣି ନିଜ ମୃତ୍ୟୁକୁ ଆଦରି ନେଉଛନ୍ତି । ଏପରି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ଚକ୍କରରେ ଏକ ଭରା ନାଳକୁ ଡେଇଁ ପଡ଼ିଥିଲେ ଏବଂ କିଛି ଦୂର ଯିବାପରେ ପୋଲର ପ୍ରବଳ ସ୍ରୋତରେ ଫସି ଯାଇଥିଲେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା..

ଏହି ଘଟଣାଟି ମଧ୍ୟପ୍ରଦେଶ ନିମଚ ଜିଲ୍ଲାର ମାନସ ଗ୍ରାମର ଅଟେ । ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ପାଇଁ ପ୍ରବଳ ବର୍ଷା ସମୟରେ ଏକ ନାଳକୁ ଡେଇଁ ପଡ଼ିଥିଲେ । ଏହାପରେ ପ୍ରବଳ ସ୍ରୋତ କାରଣରୁ କିଛି ଦୂର ଯାଇ ଏକ ପୋଲରେ ଫସିଯାଇଥିଲେ ଯେଉଁଥିରୁ ତାଙ୍କୁ ବହୁତ କଷ୍ଟରେ ଉଦ୍ଧାର କରାଯାଇଥିଲା । ତାଙ୍କର ଭିଡିଓ ବନାଉଥିବା ଅନ୍ୟଜଣେ ଯୁବକ ପ୍ରଥମେ ବୁଝିପାରିନଥିଲେ ଯେ ସେ ବୁଡି ଯାଉଛନ୍ତି ବୋଲି କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା କି ସେ ବୁଡ଼ିଯାଉଛନ୍ତି ସେତେବେଳେ ସେ ଅନ୍ୟ ଲୋକମାନଙ୍କ ସାହାଯ୍ୟ ନେଇ ତାଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ପପୁ ସିଂ ଅଟେ ଏବଂ ସେ ମହାଗଢ଼ର ନିବାସୀ ଅଟନ୍ତି । ସୂଚନା ଅନୁଯାୟୀ ପପୁ ଦିନ ପ୍ରାୟ ୧୦ଟା ସମୟରେ ଏକ ଟିକଟକ ଭିଡିଓ ବନାଇବା ପାଇଁ ଦେୱରୀ ଖବାସା ଏବଂ ମହାଗଢ଼ ମଧ୍ୟରେ ଥିବା ଏକ ଭରା ନାଳକୁ ଡେଇଁ ପଡ଼ିଥିଲେ । ଏହା ପ୍ରଥମ ଘଟଣା ନୁହେଁ ଟିକଟକ ବନାଇବା ଚକ୍କରରେ କେହି ବିପଦରେ ପଡିଛି । ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଟିକଟକ ଭିଡିଓ ବନାଇବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଯୁବକ ଜଣକ ନିଜ ବନ୍ଧୁମାନଙ୍କ ସହିତ ଟିକଟକ ଭିଡିଓ ବନାଉଥିଲେ ।ଏହି ସମୟରେ ସେ ହାତରେ ଏକ ଦେଶୀ ବନ୍ଧୁକ ଧରିଥିଲେ ଏବଂ ଭିଡିଓ ବନାଇବା ସମୟରେ ଭୁଲରେ ଗୁଳି ଚାଳନା ହୋଇଯିବାରୁ ନିଜ ଜୀବନ ହରାଇଥିଲେ।

By amfnews

Related Post