Thu. Jun 12th, 2025

ଟଙ୍କା ହେଲା ସର୍ବକାଳୀନ ଦୁର୍ବଳ, ୧ ଡଲାରର ମୂଲ୍ୟ ୭୦ ଟଙ୍କା ଟପିଲା

By amfnews Aug 14, 2018 #Featured
195 Views

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ତଳେ ଅର୍ଥାତ ୧୯୪୭ ମସିହାରେ ୧ ଆମେରୀକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ ଟଙ୍କା ସହିତ ବରାବର ଥିଲା। ଅର୍ଥାତ ୧ ଟଙ୍କା ସମାନ ୧ ଡଲାର। ମାତ୍ର ଦେଶ ଆସନ୍ତାକାଲି ସ୍ୱାଧିନତାର ୭୧ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଆଜି ଭାରତୀୟ ଟଙ୍କା ତୁଳନାରେ ଡଲାର ସର୍ବାଧିକ ଉଚ୍ଚତା ଛୁଇଁଛି। ଅର୍ଥାତ ଆଜି ୧ ଆମେରିକୀୟ ଡଲାରର ମୂଲ୍ୟ ୭୦ ଟଙ୍କା ଅତିକ୍ରମ କରିଛି।

ଲଗାତର ଭାବେ ଟଙ୍କାର ମୂଲ୍ୟ ହ୍ରାସ ଘଟୁଥିବାରୁ ଏହା ଭାରତୀୟ ଅର୍ଥନିୀତି ଉପରେ କୁପ୍ରଭାବ ପକାଇବ ବୋଲି ଅର୍ଥନୈତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଜି ୧ ଡଲାରର ମୂଲ୍ୟ ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଗତକାଲି ଟଙ୍କାର ମୂଲ୍ୟ ଲଗାତର ଭାବେ ହ୍ରାସ ଘଟି ୬୯.୯୩ରେ ପହଞ୍ଚିଥିଲା। ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୧ ଟଙ୍କା ୧୦ ପଇସା ହ୍ରାସ ଘଟିବା ପରେ ଆଜି ସକାଳୁ ପୁଣି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି।

କୁହାଯାଉଛି ତୁର୍କୀ ର ‘ଲିରା’ ମୂଲ୍ୟରେ ହ୍ରାସ ଡଲାରକୁ ମଜବୁତ୍‌ କରିବା ସହିତ ଭାରତୀୟ ଟଙ୍କାକୁ ଦୁର୍ବଳ କରିଛି। ଯଦି ଏହି ଧାରା ଜାରି ରହେ, ତେବେ ବିଶ୍ୱ ଅର୍ଥନୀତି ଉପରେଏହାର ପ୍ରଭାବ ପଡ଼ିପାରେ ବୋଲି ଅଶାଙ୍କା ପ୍ରକାଶ ପାଇଛିି। ତେବେ ଟଙ୍କାର ଏହି କ୍ରମାଗତ ହ୍ରାସକୁ ଆଗରେ ରଖି ଏହାକୁ ଉଦ୍ଧାର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଆରମ୍ଭ କରିଛି।

By amfnews

Related Post