Thu. Dec 26th, 2024

ଝିରିପାଣିରେ ରାହାସ ପୂର୍ଣ୍ଣିମା ପାଳିତ

By amfnews Nov 26, 2018 #Featured
253 Views

ରାଉରକେଲା, ୨୬ା୧୧ : ଦୀର୍ଘ ୬୧ ବର୍ଷ ଧରି ଚାଲିଆସିଥିବା ଝିରିପାଣି ରାହାସ କମିଟି ଆନୁକୂଲ୍ୟରେ ପବିତ୍ର ରାହାସ ପୂର୍ଣ୍ଣିମା ଉତ୍ସବ ଦୁର୍ଗାପୂଜା ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ରାହାସ ଏକ ପ୍ରେମ, ଭ୍ରାତୃଭାବ ଓ ସଦ୍ଭାବନାର ଅନନ୍ୟ ନିଦର୍ଶନ । ରାହାସ କମିଟି ଅଧ୍ୟକ୍ଷ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଝିରିପାଣି ସରପଞ୍ଚ ପ୍ରଭା ଖାଲକୋ ଯୋଗ ଦେଇ ଉତ୍ସବ ଦ୍ୱାରା ଆମେ ଆମର ଐତିହ୍ୟ ପରମ୍ପରାକୁ ମନେ ପକାଇବା ସହ ନିଜ ସଂସ୍କୃତିକୁ ବଞ୍ଚାଇବା ପାଇଁ ମିଳିମିଶି ପ୍ରୟାସ କରିବା ଉଚିତ୍ ବୋଲି ଉଲ୍ଲେଖ କରିଥିଲେ ।

ମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ବ୍ରିଜମୋହନ ଅଗ୍ରୱାଲ ପିଲାଦିନର ରାହାସ ଉତ୍ସବର ଉନ୍ମାଦନା ଓ ଉଲ୍ଲାସ ଆଜିର ଉତ୍ସବରେ ମଧ୍ୟ ଦେଖିବାକୁ ମିଳୁଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ବିରଞ୍ôଚ ନାରାୟଣ ପଟ୍ଟନାୟକ, ତପନ କୁମାର ସ୍ୱାଇଁ, ଲୋହିତ ତନ୍ତୀ, ପ୍ରେମା ଦାଶ, ସୁଶୀଲ କିଣ୍ଡୋ, ମନୋଜ କୁମାର ସାମଲ, ପୂଜା ଖାଲକୋ, ବିଟ୍ଟୁ ମାଝି ପ୍ରମୁଖ ଉତ୍ସବରେ ଯୋଗଦାନ କରିଥିଲେ । ସାଂସ୍କୃତିକ ସମ୍ପାଦକ ରଞ୍ଜିତ କୁମାର ବୋଷ ଓ ଗୌରୀ କୁମ୍ଭାର କାର୍ଯ୍ୟକ୍ରମ ପରିଚାଲନା କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶିବା ନାଗ ବାର୍ଷିକ ବିବରଣୀ ପାଠ କରିଥିଲେ ।

ନାଏବ ସରପଞ୍ଚ ମହେନ୍ଦ୍ର କୁମ୍ଭାର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଜ୍ଞାନୀଗୁଣୀ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ମନୋଜ ସାମଲ, ସୁଜ୍ଞାନୀ ରାୟ, ସମାଜସେବୀ ପ୍ରଭୁ ପ୍ରସାଦ ସାହୁ, ଜଗନ୍ନାଥ ଟ୍ରଷ୍ଟ ଅଧ୍ୟକ୍ଷ ବ୍ରିଜମୋହନ ଅଗ୍ରୱାଲ, ଆଶାକର୍ମୀ ବିମଳା କୁମ୍ଭାର, ସରପଞ୍ଚ ପ୍ରଭା ଖାଲକୋ, ତପନ କୁମାର ସ୍ୱାଇଁ, ମାଳତୀ ଖଡିଆ ଓ ପ୍ରେମା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ସୁଦୂର ପୁରୁଲିଆରୁ ଆସିଥିବା ଛଉନାଚ, ଝୁମେର, ହିରୋ ନମ୍ବର-୧ ମେଲୋଡି ଶୋ’ ସାଂସ୍କୃତିକ କାର୍ଯ୍ୟକ୍ରମ ଦଶକଙ୍କ ମନକୁ ଛୁଇଁଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁରା ଓରାମ, ପ୍ରଦୀପ ଓରାମ, ସୁରେଶ ବଡାଇକ, ଲଳିତ ଅଗ୍ରୱାଲ, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମ୍ଭାର, ଜୟନ୍ତୀ ପତି, ସୁଜିତ ବାରିକ, ଗେଦା କୁମ୍ଭାର, ସୁରେଶ ମାହାଲି, ମନୋଜ ତନ୍ତୀ, ବିଜୁ ଖଡିଆ, ଟିକି ବେହେରା, ଅନୁପ ସାମଲ, ସୁଦାମ ପ୍ରଧାନ, ମକସଦ ଅଲ୍ଲୀ, ଡିବଲୁ ଅଗ୍ରୱାଲ, ରାଜେଶ ଟପ୍ପୋ, ଶିବ ଲୋହାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବ୍ରିଜମୋହନ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

By amfnews

Related Post