Fri. Mar 6th, 2026

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବନ ମହୋତ୍ସବ

496 Views

ଢେଙ୍କାନାଳ: ସୋମବାର ସକାଳ ୯ ଘଟିକା ସମୟରେ ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି  । ଉକ୍ତ ମହୋତ୍ସବରେ ଜିଲ୍ଲା ମୁଖ୍ୟ ବନ  ସଂରକ୍ଷକ ରିଙ୍କୁ କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାସୁଦେବ ବେହେରା, ଢେଙ୍କାନାଳ ନଗରପାଳ ସୁଧାଂଶୁ କୁମାର ଦଳେଇ ଓ ଜିଲ୍ଲା ପୁଲିସ ପ୍ରଶାସନର ବିଭିନ୍ନ ଅଧିକାରୀଗଣ ଓ ବନବିଭାଗର ବିଭିନ୍ନ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ  ।

ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘ ସଂଯୋଜନା କରିଥିଲା  । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ଉପସଭାପତି ସରୋଜ କୁମାର ପାଢି, ସମ୍ପାଦକ ଟଙ୍କଧର ବେହେରା, ସହ ସମ୍ପାଦକ ଉତ୍ତମ କୁମାର ଦାସ, ମଳୟ କୁମାର ପାଣିଗ୍ରାହୀ, ପୂର୍ବତନ ସଭାପତି ଦୀପକ  ପ୍ରସାଦ ପଟ୍ଟନାୟକ, ପ୍ରତାପ କୁମାର ତ୍ରିପାଠୀ, ଦୁର୍ଗାପ୍ରସାଦ ଶତପଥୀ, ପତିତପାବନ ମିଶ୍ର, ରଂଜନ ପ୍ରଧାନ, ପ୍ରଭାସ ଚନ୍ଦ୍ର ମିଶ୍ର, ପ୍ରକାଶ ବିଶ୍ୱାଳ, ବିଘ୍ନେଶ୍ୱର ଦୋରା, ଅନନ୍ତ କୁମାର ସାହୁ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ  ।

Related Post